Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PM Modi Odisha Visit: ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୯୬ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ୯୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯିବ। ସୁରକ୍ଷା ଦାୟିତ୍ୱରେ ୨୨୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୭୧ ଜଣ ଆଇଆଇସି, ୩୭ ଜଣ ଏଏସ୍‌ପି ଓ ଡିଏସ୍‌ପି ଏବଂ ୨୦ ଜଣ ଅତିରିକ୍ତ ଏସ୍‌ପି ଓ ଡିସିପି ପାହ୍ୟାର ଅଧିକାରୀ ନିୟୋଜିତ ହେବେ। ଏଥିସହ ୧୦ ଜଣ ଏସ୍‌ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ ଏବଂ ୩ ଜଣ ଡିଆଇଜି ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ। ଜଣେ ଆଇଜି ପାହ୍ୟାର ଅଧିକାରୀ ସମଗ୍ର ବ୍ୟବସ୍ଥାର ତଦାରଖ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଜଟଣୀର ଇନ୍‌ଫୋ ଭ୍ୟାଲି-୨ରେ ନବନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନ୍‌ଫିଲ୍ଡ ଡାଟା ସେଣ୍ଟର ଏବଂ ‘ଏଣ୍ଟରପ୍ରାଇଜ୍‌ କମ୍ପ୍ୟୁଟିଂ ଆଣ୍ଡ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌’ର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମକୁ ନଜରରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଯାତାୟାତ ମାର୍ଗ ସମେତ କାର୍ଯ୍ୟକ୍ରମସ୍ଥଳ ଓ ଆଖପାଖ ଅଞ୍ଚଳରେ ପୁଲିସ ମୁତୟନ ଉପରେ ଗୁରୁତ୍ୱ ଦିଆଯାଇଛି।

କାର୍ଯ୍ୟସୂଚୀ ଅନୁଯାୟୀ, ୨୫ ତାରିଖ ଅପରାହ୍ନରେ ମୋଦୀ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଅସ୍ଥାୟୀ ହେଲିପ୍ୟାଡ୍‌କୁ ଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ୩ଟି ଅସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି। ଗସ୍ତ ସମୟରେ ଯେପରି କୌଣସି ସୁରକ୍ଷାଜନିତ ସମସ୍ୟା ନ ହୁଏ, ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories