Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SpiceJet Viral Video: ବିମାନର “ଝରକାର କଭର୍‌ ଠିକ୍‌ ଭାବେ ଲାଗିନଥିବା” ନେଇ ଯାତ୍ରୀଙ୍କ ଆପତ୍ତି, କର୍ମଚାରୀଙ୍କ ଜବାବକୁ ନେଇ ବିବାଦ

ନୂଆଦିଲ୍ଲୀ: SpiceJet ବିମାନରେ “ଝରକାର କଭର୍‌ ଠିକ୍‌ ଭାବେ ଲାଗିନଥିବା” ଦେଖି ଯାତ୍ରୀ ଓ ଏୟାରଲାଇନ୍‌ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି। ଭିଡିଓରେ କିଛି ଯାତ୍ରୀ ବିମାନର ଝରକା ପାଖରେ ଥିବା ଉକ୍ତ ଅଂଶର ସ୍ଥିତିକୁ ନେଇ ଆପତ୍ତି ଉଠାଇବା ସହ ବିମାନର ସୁରକ୍ଷା ନେଇ ପ୍ରଶ୍ନ କରୁଥିବା ଦେଖାଯାଉଛି।

ଏହି ସମୟରେ ଜଣେ ମହିଳା ଯାତ୍ରୀଙ୍କୁ ଜଣେ କର୍ମଚାରୀ “Jisko nahi fly karna woh nikal lo” ବୋଲି କହୁଥିବା ଶୁଣିବାକୁ ମିଳୁଛି। ଅର୍ଥାତ୍‌ ଯେଉଁମାନେ ଉଡ଼ାଣ କରିବାକୁ ଚାହୁଁନାହାନ୍ତି, ସେମାନେ ବିମାନରୁ ଓହ୍ଲାଇ ଯାଇପାରିବେ ବୋଲି ସେ କହିଥିଲେ। ଏହାସହ ବିମାନରେ କୌଣସି ସୁରକ୍ଷା ସମସ୍ୟା ନଥିବା କର୍ମଚାରୀ ଆଶ୍ୱାସନା ଦେଇଥିବା ବେଳେ, ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ କରିବା ଯାତ୍ରୀଙ୍କ ଭୁଲ୍‌ ନୁହେଁ ବୋଲି ମହିଳା ଯାତ୍ରୀ ଆପତ୍ତି ଉଠାଇଥିଲେ।

ଭିଡିଓଟି ସାମ୍ନାକୁ ଆସିବା ପରେ ବିମାନରେ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କିତ ଅଭିଯୋଗକୁ ଏୟାରଲାଇନ୍‌ କର୍ମଚାରୀମାନେ କିପରି ଗୁରୁତ୍ୱ ଦେଉଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଝରକାର କଭର୍‌ ଠିକ୍‌ ଭାବେ ଲାଗି ଥିଲା କି ନା ଏବଂ ଉଡ଼ାଣ ପୂର୍ବରୁ ବିମାନର ସୁରକ୍ଷା ଯାଞ୍ଚ ହୋଇଥିଲା କି ନାହିଁ, ସେନେଇ ଏଯାଏଁ ସ୍ପଷ୍ଟ ତଥ୍ୟ ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories