Baghpat Marriage Case: ସ୍ୱାମୀ ଓ ପିଲାଙ୍କ ସହ ପହଞ୍ଚି ଦିଅରଙ୍କୁ ବିବାହ କରିବାକୁ ମହିଳାଙ୍କ ଆବେଦନ, ଦଲିଲ ନଥିବାରୁ ଖାରଜ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାଗପତରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ନିଜ ସ୍ୱାମୀ ଓ ପିଲାଙ୍କ ସହ ଅଧିକାରୀଙ୍କ ନିକଟରେ ପହଞ୍ଚି ଦିଅରଙ୍କ ସହ ବିବାହ କରିବାକୁ ଆବେଦନ କରିଥିଲେ। ମହିଳାଙ୍କ ଦାବି ଅନୁସାରେ, ପଞ୍ଚାୟତରେ ତାଙ୍କର ସ୍ୱାମୀଙ୍କ ସହ ଛାଡ଼ପତ୍ର ହୋଇସାରିଛି।
ମହିଳାଙ୍କ ସ୍ୱାମୀ ମଧ୍ୟ ଅଧିକାରୀଙ୍କ ନିକଟରେ କହିଥିଲେ ଯେ, ତାଙ୍କ ପତ୍ନୀ ତାଙ୍କୁ ନୁହେଁ, ବରଂ ତାଙ୍କ ସାନ ଭାଇଙ୍କୁ ପସନ୍ଦ କରୁଛନ୍ତି। ତେଣୁ ସେ ଦିଅରଙ୍କୁ ବିବାହ କରିବାକୁ ଚାହୁଁଥିବା ଜଣାପଡ଼ିଛି। ଏହି ଆବେଦନକୁ ନେଇ ଯୋଜନାର ଅଧିକାରୀମାନେ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିଥିଲେ।
ତେବେ ପଞ୍ଚାୟତରେ ଛାଡ଼ପତ୍ର ହୋଇଥିବା ଦାବି ସତ୍ତ୍ୱେ ମହିଳାଙ୍କ ପାଖରେ ଆଇନଗତ ଛାଡ଼ପତ୍ର ସମ୍ପର୍କିତ ଦସ୍ତାବିଜ ନଥିଲା। ଏହି କାରଣରୁ ଅଧିକାରୀମାନେ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲେ। ଆବଶ୍ୟକ ଆଇନଗତ ପ୍ରମାଣପତ୍ର ନଥିବାରୁ ସାମୂହିକ ବିବାହ ଯୋଜନାରେ ତାଙ୍କ ବିବାହ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା।

