Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CWCରେ ହେବ ପରିବର୍ତ୍ତନ, ପ୍ରିୟଙ୍କାକୁ ମିଳିବ ବଡ଼ ଦାୟିତ୍ଵ, କଂଗ୍ରେସର ନୂତନ ରଣନୀତି ପ୍ରସ୍ତୁତ !

ନୂଆଦିଲ୍ଲୀ: କଂଗ୍ରେସ ନିଜର କାୟାକଳପ ପରବର୍ତ୍ତନ କରିବାକୁ ପ୍ରସ୍ତୁତ। କୁହାଯାଉଛି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପାର୍ଟିର ଶୀର୍ଷ ତଥା ପ୍ରଭାବଶାଳୀ କମିଟି କୁହାଯାଉଥିବା କଂଗ୍ରେସ ଓ୍ଵାର୍କିଂ କମିଟି ଅର୍ଥାତ CWCଠୁ ନେଇ ଅନେକ ପ୍ରଦେଶ ଅଧ୍ୟକ୍ଷ ବଦଳାଇବାକୁ ପ୍ରସ୍ତୁତି କରୁଛି। ଏହା ବ୍ୟତୀତ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତର ପ୍ରଦେଶ ପରିବର୍ତ୍ତେ ବଡ଼ ଦାୟିତ୍ଵ ଦିଆଯାଇପାରେ। ୨୦୨୩ ଶେଷ ଆଡ଼କୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ତେଣୁ ଦେଶର ସର୍ବ ପୁରାତନ ରାଜନୈତିକ ପାର୍ଟିରେ ବ୍ୟାପକସ୍ତରରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଜାରି ରହିଛି। ସୂତ୍ର ଅନୁଯାୟୀ, ତାମିଲନାଡ଼ୁ, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ପାଇଁ ଶୀଘ୍ର ନୂତନ ସଭାପତି ଘୋଷଣା କରାଯାଇପାରେ। ଏହା ବ୍ୟତୀତ ଗୁଜରାଟ, ଓଡ଼ିଶା, ପୁଡୁଚେରୀ, ବିହାର, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ ଝାଡ଼ଖଣ୍ଡରେ ପାର୍ଟି ପ୍ରଭାରୀରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ।

ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ଖୁବ୍ ଶୀଘ୍ର ନୂତନ କଂଗ୍ରେସ କମିଟି ଗଠନ କରାଯାଇପାରେ। ଅନ୍ୟପଟେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ବିବାଦ ଉପରେ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଚର୍ଚ୍ଚା ଜୋର ଯେ, ସଚିନ ପାଇଲଟ୍ ଖୁବ ଶୀଘ୍ର ନିଜ ପାର୍ଟିର ଘୋଷଣା କରି ପାରନ୍ତି। କିନ୍ତୁ କଂଗ୍ରେସର ବରିଷ୍ଠ ନେତା ଏହି ଖବରକୁ ଖଣ୍ଡନ କରି ଆସୁଛନ୍ତି।

ଅନ୍ୟପଟେ କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରେ ବିଜୟ ପରେ ପାର୍ଟି ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ ଦେବାକୁ ମନସ୍ଥ କରିଛି। ୨୦୨୪ ଲୋକସଭା ନିର୍ବାଚନରେ ପ୍ରିୟଙ୍କାକୁ ବଡ଼ ସ୍ତରରେ ପ୍ରଚାର କରୁଥିବା ଦେଖିବାକୁ ମିଳିପାରେ। ନିର୍ବାଚନୀ ରାଜ୍ୟ ମଧ୍ୟପ୍ରଦେଶରୁ ପ୍ରିୟଙ୍କା ଗାନ୍ଧୀ ନିଜର ପ୍ରଚାର ଅଭିଯାନ ଆରମ୍ଭ କରି ପାରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ