Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar OYO Hotel Case: ପ୍ରେମର ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ! ଯୁବ ନେତା ଗିରଫ, ନିଆଳିରୁ ଧରିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ବମିଖାଲସ୍ଥିତ ଏକ OYO ହୋଟେଲରେ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବ ନେତାଙ୍କୁ ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ଶଶିକାନ୍ତ ଲେଙ୍କା। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଶନିବାର ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଶଶିକାନ୍ତ ଏକ ରାଜନୈତିକ ଦଳର ଯୁବ ନେତା ଭାବେ କାମ କରୁଥିବା ବେଳେ ନିଆଳି ଅଞ୍ଚଳରେ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ରହିଥିଲା। ସେଠାରେ ଯାତ୍ରାରେ କାମ କରୁଥିବା ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ମହିଳାଙ୍କ ଏକ ବ୍ୟକ୍ତିଗତ କାମରେ ସହଯୋଗ କରିବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ପରେ ଶଶିକାନ୍ତ ତାଙ୍କୁ ବମିଖାଲର ଏକ OYO ହୋଟେଲକୁ ନେଇଥିବା ଏବଂ ସେଠାରେ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ ହୋଟେଲର CCTV ଫୁଟେଜ୍‌ ଯାଞ୍ଚ କରିବା ସହ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ କରିଥିଲା। ଏହାପରେ ନିଆଳି ଅଞ୍ଚଳରୁ ଶଶିକାନ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ମହିଳାଙ୍କ ବୟାନ କୋର୍ଟରେ ରେକର୍ଡ କରାଯିବା ସହ ମାମଲାର ଅନ୍ୟାନ୍ୟ ଦିଗ ଉପରେ ପୋଲିସର ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories