Kendrapara Student Death: ଗତକାଲି ରାତିରୁ ଥିଲେ ନିଖୋଜ, ଆଜି ଘର ପଛପଟ ପୋଖରୀରୁ ମିଳିଲା ଯୁକ୍ତ ତିନି ଛାତ୍ରୀଙ୍କ ମୃତଦେହ, ଅଞ୍ଚଳରେ ଚାଞ୍ଚଲ୍ୟ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ମୃତଦେହ ଘର ପଛପଟ ପୋଖରୀରୁ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ମାର୍ଶାଘାଇ ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ତାଙ୍କ ବେକରେ କଟା ଚିହ୍ନ ଥିବା ସୂଚନା ମିଳିଛି। ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଛାତ୍ରୀ ଜଣକ ଗତକାଲି ରାତିରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଏହି ସମୟରେ ଘର ପଛପଟ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁକୁ ନେଇ ହତ୍ୟା ସନ୍ଦେହ ପ୍ରକାଶ ପାଇଛି।
ଖବର ପାଇ ମାର୍ଶାଘାଇ ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଛାତ୍ରୀଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହୋଇଛି, ତାହା ଜାଣିବାକୁ ପୋଲିସ ଯାଞ୍ଚ କରୁଛି। ଏହା ପଛରେ କାହାର ସମ୍ପୃକ୍ତି ରହିଛି କି ନାହିଁ ଏବଂ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

