ଇନ୍ଦିରା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳିଲେ କଂଗ୍ରେସ ନେତା ଓ କର୍ମି।
କଳାହାଣ୍ଡି,୩୧/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ରେ ଶନିବାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳନ କରାଯାଇଛି।ଏହି ଅବସର ରେ କୋକସରା କଂଗ୍ରେସ ବ୍ଲକ ସଭାପତି ଲକ୍ଷ୍ମଣ ଶବର ଙ୍କ ସଭାପତିତ୍ୱ ରେ ଇନ୍ଦିରା ଗାନ୍ଧୀ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ସହ ତାଙ୍କ ସ୍ମୃତି ଚାରଣ କରି ମହିୟସୀ ଇନ୍ଦିରା ଗାନ୍ଧୀଙ୍କ ଦେଶପାଇଁ ଉତ୍ସର୍ଗୀକୃତ ଅବଦାନ କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ କଂଗ୍ରେସ ବରିଷ୍ଠ ନେତା ନିମାଇଁ ଚରଣ ଧଙ୍ଗଡା ମାଝୀ, କାମଦେବ ଧଙ୍ଗଡା ମାଝୀ, ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, କୋକସରା ଯୋନ ସଭାପତି କୃପାସିନ୍ଧୁ ବାଗ, ଧନେଶ୍ୱର ମହାନନ୍ଦ, ରୁକଧର ପୋଢ଼, ଯଦୁମଣି ବାଗ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ।

