Hardik Pandya MrBeast Challenge: ବେସ୍ବଲ୍ ଚ୍ୟାଲେଞ୍ଜ ଜିତି ୧ ଲକ୍ଷ ଡଲାର ପାଇଲେ ହାର୍ଦ୍ଦିକ, ଦାନ କଲେ ପୁରା ଟଙ୍କା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଲୋକପ୍ରିୟ ୟୁଟ୍ୟୁବର ମିଷ୍ଟର ବିଷ୍ଟ (MrBeast)ଙ୍କୁ ବେସ୍ବଲ୍ ହୋମ୍ ରନ୍ ଚ୍ୟାଲେଞ୍ଜରେ ପରାସ୍ତ କରି ୧ ଲକ୍ଷ ଆମେରିକୀୟ ଡଲାର ଜିତିଛନ୍ତି। ଏହି ଚ୍ୟାଲେଞ୍ଜରେ ବିଜୟୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳିଥିବା ପୁରସ୍କାର ରାଶିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ହାର୍ଦ୍ଦିକ ଏହି ଟଙ୍କା ନିଜ ପାଖରେ ନରଖି ସମାଜସେବା ପାଇଁ ଦାନ କରିଛନ୍ତି। ତାଙ୍କ ପକ୍ଷରୁ ଅସହାୟ କୁକୁରମାନଙ୍କ ସହାୟତା ଏବଂ ଆର୍ଥିକ ଭାବେ ଅନଗ୍ରସର ପିଲାମାନଙ୍କ କଲ୍ୟାଣ ପାଇଁ ଏହି ରାଶି ଦିଆଯାଇଛି।
କ୍ରିକେଟ୍ ମଇଦାନରେ ନିଜ ଖେଳ ପାଇଁ ପରିଚିତ ହାର୍ଦ୍ଦିକଙ୍କ ଏହି ପଦକ୍ଷେପକୁ ନେଇ ଆଲୋଚନା ହେଉଛି। ଏହି ଚ୍ୟାଲେଞ୍ଜରେ ଜିତିଥିବା ୧ ଲକ୍ଷ ଡଲାରର ସମ୍ପୂର୍ଣ୍ଣ ରାଶି ହାର୍ଦ୍ଦିକ ପାଣ୍ଡ୍ୟା ଅସହାୟ କୁକୁର ଏବଂ ଆର୍ଥିକ ଭାବେ ଅନଗ୍ରସର ପିଲାମାନଙ୍କ ସହାୟତା ପାଇଁ ଦାନ କରିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ନେଇ କ୍ରିକେଟ୍ ପ୍ରେମୀ ଏବଂ ଅନ୍ୟମାନେ ପ୍ରଶଂସା କରୁଛନ୍ତି।

