Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ram Charan Meets Amit Shah: AI ଓ Deepfakeର ଅପବ୍ୟବହାର ନେଇ ଗୃହମନ୍ତ୍ରୀଙ୍କୁ ଭେଟିଲେ ରାମ ଚରଣ ଓ ଚିରଞ୍ଜୀବୀ

ନୂଆଦିଲ୍ଲୀ: AI ଏବଂ ଡିପ୍‌ଫେକ୍‌ ଟେକ୍ନୋଲୋଜିର ବଢ଼ୁଥିବା ଅପବ୍ୟବହାରକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ଅଭିନେତା ରାମ ଚରଣ। ନିଜ ବାପା ତଥା ଅଭିନେତା ଚିରଞ୍ଜୀବୀଙ୍କ ସହ ସେ ଗୃହମନ୍ତ୍ରୀଙ୍କୁ ଭେଟି ଏହି ଟେକ୍ନୋଲୋଜିର ଶିଳ୍ପୀ ଓ ମନୋରଞ୍ଜନ ଜଗତ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି।

ଏହି ସାକ୍ଷାତକାର ପରେ ରାମ ଚରଣ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଅମିତ ଶାହ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଶୁଣିଛନ୍ତି ଏବଂ ସକାରାତ୍ମକ ଭାବେ ପ୍ରତିକ୍ରିୟା ଦେଇଛନ୍ତି। ସରକାର ଏହି ମାମଲାର ଶୀଘ୍ର ସମୀକ୍ଷା କରିବା ସହ ଏଭଳି ଅପବ୍ୟବହାର ରୋକିବା ପାଇଁ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଆଣିବେ ଏବଂ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବେ ବୋଲି ଆଶ୍ୱାସନା ମିଳିଥିବା ସେ ଉଲ୍ଲେଖ କରିଛନ୍ତି।

ଏହି ପ୍ରସଙ୍ଗରେ ସମୟ ଦେବା, ନିଜ କଥାକୁ ବୁଝିବା ଏବଂ ସମର୍ଥନ ଜଣାଇବା ପାଇଁ ରାମ ଚରଣ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। AI ଓ ଡିପ୍‌ଫେକ୍‌ ମାଧ୍ୟମରେ ଶିଳ୍ପୀଙ୍କ ଫଟୋ, ଭିଡିଓ ଓ ସ୍ୱରର ଅନୁଚିତ ବ୍ୟବହାରକୁ ନେଇ ମନୋରଞ୍ଜନ ଜଗତରେ ଚିନ୍ତା ବଢ଼ୁଥିବା ବେଳେ ଏହି ସାକ୍ଷାତକାର ଗୁରୁତ୍ୱ ବହନ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories