Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Punjab AAP Leaders Join BJP: ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି (AAP)କୁ ବଡ ଝଟ୍‌କା! ଦଳ ଛାଡ଼ିଲେ ୩ ନେତା, ବିଜେପିରେ ଯୋଗଦେଲେ କୁଁୱର ବିଜୟ ପ୍ରତାପଙ୍କ ସମେତ ୩ ଜଣ

ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି (AAP)କୁ ଝଟ୍‌କା ଲାଗିଛି। ଦଳର ୩ ଜଣ ନେତା କୁଁୱର ବିଜୟ ପ୍ରତାପ ସିଂହ, ଚେତନ ସିଂହ ଜୌରାମାଜରା ଓ ହରମୀତ ସିଂହ ପଠାନମାଜରା ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (BJP)ରେ ଯୋଗ ଦେଇଛନ୍ତି। ଦଳ ଛାଡ଼ିବାର କିଛି ଘଣ୍ଟା ପରେ ସେମାନେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ।

ଏହି ତିନି ଜଣଙ୍କ ମଧ୍ୟରୁ ଚେତନ ସିଂହ ଜୌରାମାଜରା ସମାନା ଏବଂ ହରମୀତ ସିଂହ ପଠାନମାଜରା ସନୌର ଆସନର ବିଧାୟକ। ଉଭୟ ନଭେମ୍ବର ୧ ତାରିଖରେ AAPର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ, ପୂର୍ବତନ IPS ଅଧିକାରୀ ତଥା ଅମୃତସର ନର୍ଥର ବିଧାୟକ କୁଁୱର ବିଜୟ ପ୍ରତାପ ସିଂହ ନଭେମ୍ବର ୨ରେ ଦଳ ସହ ବିଧାନସଭା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ।

ଏହି ଘଟଣା ପଞ୍ଜାବରେ AAPର ଆଗାମୀ ନିର୍ବାଚନୀ ପ୍ରସ୍ତୁତି ମଧ୍ୟରେ ଘଟିଛି। ନିକଟରେ ଦଳ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଥିଲା। ଅନ୍ୟପଟେ, ଦଳ ଛାଡ଼ିଥିବା ଦୁଇ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟକୁ ଯିବ ବୋଲି AAP କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ