Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kotia Election: ଆନ୍ଧ୍ରର ନିର୍ବାଚନକୁ ବିରୋଧ କରି କୋଟିଆରେ ଏକାଠି ହେବେ ଓଡ଼ିଶାର ସବୁ ଦଳ, ଜଗିବେ ୭ ପ୍ଲାଟୁନ୍‌ ପୁଲିସ ଫୋର୍ସ

ଭୁବନେଶ୍ୱର: କୋଟିଆକୁ କେନ୍ଦ୍ରକରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ବିବାଦ ସୃଷ୍ଟି ହୋଇଛି । କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ କରାଇବା ଉଦ୍ୟମକୁ ବିରୋଧ କରି ଓଡ଼ିଶାର ସବୁ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଏହାକୁ ବିରୋଧ କରିବେ ନେତା, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସାମାଜିକ ସଂଗଠନ। ଅନ୍ୟପଟେ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ଓଡ଼ିଶା ପୁଲିସ। ଚେକ୍‌ପୋଷ୍ଟ ସ୍ଥାପନ ସହ ୭ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆନ୍ଧ୍ରରୁ ଆସିଥିବା ଚାଉଳ ଗାଡ଼ି ଓ ସେଠାକାର ଅଧିକାରୀଙ୍କୁ ମଧ୍ୟ ଫେରାଇ ଦିଆଯାଇଛି।

ଗତ ନିର୍ବାଚନରେ କୋଟିଆ ଭିତରେ ବୁଥ୍‌ କରାଯାଇଥିବା ବେଳେ ଏଥର ଆନ୍ଧ୍ର ପକ୍ଷରୁ କୋଟିଆ ବାହାରେ ନିଜ ଅଞ୍ଚଳରେ ପୋଲିଂ ବୁଥ୍‌ କରାଯାଇଛି। ଏହି ପ୍ରସଙ୍ଗରେ ଓଡ଼ିଶା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆନ୍ଧ୍ରର ନିର୍ବାଚନୀ ଉଦ୍ୟମକୁ ନେଇ କୋରାପୁଟରେ ସବୁ ଦଳର ନେତା ଏକାଠି ହୋଇଥିବା ବେଳେ, ନିର୍ବାଚନ ଦିନ କୋଟିଆରେ ରହି ଏହାର ବିରୋଧ କରିବାକୁ ଯୋଜନା ହୋଇଛି।

କୋଟିଆ ବିବାଦ ଦୀର୍ଘଦିନର। ୧୯୬୮ ମସିହାରେ ତତ୍କାଳୀନ ସରକାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୦ରେ ମାମଲାରେ ପରାଜୟ ପରେ ୨୦୨୧ରେ ପୂର୍ବ ସରକାର ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା ନେଇ ଆବେଦନ କରିଥିଲେ। ବର୍ତ୍ତମାନର ସରକାର ମଧ୍ୟ ଆଉ ଏକ କଣ୍ଟେମ୍ପ୍ଟ ପିଟିସନ୍‌ ଦାଖଲ କରିଛନ୍ତି। ଆନ୍ଧ୍ରର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ହୋଇଛି। ଆଇନଗତ ଲଢ଼େଇକୁ ଆଗକୁ ନେବା ପାଇଁ ଆଇନଜୀବୀଙ୍କ ପରାମର୍ଶ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories