Dr Ashok Mahapatra: ଆଜି ସ୍ୱର୍ଗଦ୍ୱାରରେ ଡାକ୍ତର ଅଶୋକ ମହାପାତ୍ରଙ୍କ ଶେଷକୃତ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯିବ ଶେଷ ବିଦାୟ
ବିଶିଷ୍ଟ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର ଓଡ଼ିଶା ଫେରିଛି। ମଙ୍ଗଳବାର ରାତିରେ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ପୋଲିସ କମିସନର ଏସ୍. ଦେବଦତ୍ତ ସିଂହ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଏକାମ୍ର ବିଧାୟକ ବାବୁ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ସୋଆ ବିଶ୍ୱବିଦ୍ୟାଳୟ ପରିସରକୁ ନିଆଯାଇଥିଲା। ସେଠାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ପରିବାର ସଦସ୍ୟ ଓ ଶୁଭେଚ୍ଛୁମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଡାକ୍ତର ମହାପାତ୍ରଙ୍କ ବିୟୋଗରେ ଚିକିତ୍ସା ଓ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ସୋଆ ପରିସରରେ ବହୁ ଲୋକ ଏକାଠି ହୋଇଥିଲେ। ଓଡ଼ିଶାର ଏହି ବିଶିଷ୍ଟ ଚିକିତ୍ସକଙ୍କୁ ଶେଷ ବିଦାୟ ଦେବାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି।
ଆଜି ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଭୁବନେଶ୍ୱର ଏମ୍ସକୁ ନିଆଯିବ। ଏହାପରେ ତାଙ୍କ ଜନ୍ମମାଟି ପୁରୀ ଅଭିମୁଖେ ନିଆଯାଇ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।

