Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kalpana Finance Fraud: ୧୨୨ କୋଟି ଟଙ୍କା ଠକେଇ ମାମଲାରେ EDର ଚଢ଼ାଉ, ଓଡ଼ିଶା-ବଙ୍ଗର ୧୦ ସ୍ଥାନରେ ରେଡ୍‌

ଭୁବନେଶ୍ୱର: କଳ୍ପନା ଫାଇନାନ୍ସ ସର୍ଭିସେସ୍‌ର ୧୨୨ କୋଟି ଟଙ୍କାର ଠକେଇ ମାମଲାରେ ଏବେ ତଦନ୍ତ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଇଡି ଟିମ୍‌। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗାଁରେ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବିନ୍ଧାଣୀଙ୍କ ଘରେ ମଧ୍ୟ ଯାଞ୍ଚ ହୋଇଛି।

ଅଭିଯୋଗ ଅନୁସାରେ, ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ କଳ୍ପନା ଫାଇନାନ୍ସ ସର୍ଭିସେସ୍‌ ଓଡ଼ିଶା ଓ ପଶ୍ଚିମବଙ୍ଗର ହଜାର ହଜାର ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲା। ଏହି ଯୋଜନାରେ ପ୍ରାୟ ୧୨୨ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ମାମଲାରେ କମ୍ପାନୀ ମୁଖ୍ୟ ଅମିତ ମଣ୍ଡଳଙ୍କୁ ୨୦୨୬ ଜାନୁଆରୀ ୩ରେ ପଶ୍ଚିମବଙ୍ଗରୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ଗିରଫ କରିଥିଲା। ପରେ ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତର ଅଗ୍ରଗତି ପରେ ଇଡି ଏବେ ମୋଟ ପ୍ରାୟ ୧୦ଟି ସ୍ଥାନରେ ଚଢ଼ାଉ କରୁଛି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ କପ୍ତିପଦା, କଟକ, ଭୁବନେଶ୍ୱର ଏବଂ ଅନୁଗୁଳରେ ଯାଞ୍ଚ ଚାଲିଥିବା ବେଳେ ପଶ୍ଚିମବଙ୍ଗର ବାଙ୍କୁଡ଼ା ଓ କୋଲକାତାରେ ମଧ୍ୟ ଚଢ଼ାଉ ଜାରି ରହିଛି। ଏହି ଯାଞ୍ଚରେ କେଉଁ କେଉଁ ତଥ୍ୟ ମିଳିଛି, ସେନେଇ ଆଗାମୀ ତଦନ୍ତରେ ସ୍ପଷ୍ଟତା ଆସିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories