Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Fast Track Courts: ମାମଲାର ଶୁଣାଣି ପାଇଁ ପୀଡ଼ିତଙ୍କୁ ଲମ୍ବା ସମୟ ଅପେକ୍ଷାରୁ ମିଳିବ ଆଶ୍ଵସ୍ତି! ଦେଶରେ ବଢ଼ିବ ଫାଷ୍ଟ ଟ୍ରାକ୍ କୋର୍ଟ ସଂଖ୍ୟା, ୮୫୦ କୋର୍ଟ ପାଇଁ କେନ୍ଦ୍ରର ମଞ୍ଜୁରି

ନୂଆଦିଲ୍ଲୀ: ଦେଶରେ ମାମଲାର ଶୀଘ୍ର ଶୁଣାଣି ଓ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ଅଦାଲତର ସଂଖ୍ୟା ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମୋଦୀ କ୍ୟାବିନେଟ୍ ଦେଶରେ ଏହି କୋର୍ଟ ସଂଖ୍ୟା ୮୫୦କୁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

ଏହି ନିଷ୍ପତ୍ତି ଦ୍ୱାରା ବିଭିନ୍ନ ମାମଲାର ଶୁଣାଣି ଓ ଫଇସଲା ପ୍ରକ୍ରିୟା ଶୀଘ୍ର ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ବିଶେଷକରି ପୀଡ଼ିତମାନେ ଯେପରି ଦୀର୍ଘ ସମୟ ଧରି ନ୍ୟାୟ ଅପେକ୍ଷାରେ ନ ରହିବେ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି।

ତେବେ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ଅଦାଲତର ସଂଖ୍ୟା ବଢିବା ଦ୍ୱାରା ବିଚାରାଧୀନ ମାମଲାର ଶୀଘ୍ର ସମାଧାନ ଦିଗରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories