Vadodara: ହଜିଗଲା ୬ ମାସର ପୋଷା ଶୁଆ ‘ଲଡ୍ଡୁ’, ଫେରାଇଆଣିଦେବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବା ନେଇ ଘୋଷଣା କଲେ ପରିବାର
ଗୁଜରାଟ: ଗୁଜରାଟର ବଡ଼ୋଦରାରେ ଏକ ପରିବାରର ପୋଷା ଶୁଆ ହଜିଯିବା ପରେ ତାକୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି। ‘ଲଡ୍ଡୁ’ ନାମକ ଏହି କଙ୍ଗୋ ଆଫ୍ରିକାନ୍ ଗ୍ରେ ପ୍ରଜାତିର ଶୁଆର ବୟସ ମାତ୍ର ୬ ମାସ। ଶନିବାର ସନ୍ଧ୍ୟାରେ ସେଭାସିସ୍ଥିତ ଘରୁ ଉଡ଼ିଯିବା ପରେ ତାର କୌଣସି ଖୋଜଖବର ମିଳିନାହିଁ।
ଶୁଆଟିକୁ ଖୋଜିବା ପାଇଁ ପରିବାର ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଜେସିକା ପାରେଖ ଲଡ୍ଡୁର ସନ୍ଧାନ ଦେବା କିମ୍ବା ତାକୁ ଫେରାଇ ଆଣିବାରେ ସହାୟତା କରୁଥିବା ବ୍ୟକ୍ତିଙ୍କ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।
ଲଡ୍ଡୁକୁ ଫେରି ପାଇବା ଆଶାରେ ପରିବାର ଲୋକେ ତାର ସନ୍ଧାନ ଜାରି ରଖିଛନ୍ତି। ଶୁଆଟି ସମ୍ପର୍କରେ କୌଣସି ସୂଚନା ମିଳିଲେ ପରିବାର ପାଇଁ ଏହା ବଡ଼ ସହାୟତା ହେବ।

