Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Puri Srimandir: ଜଗା ଦର୍ଶନ ପାଇଁ ଆସିଥିଲେ, ମନ୍ଦିରରେ ଟଳିପଡ଼ିଲେ ଶ୍ରଦ୍ଧାଳୁ; ହସ୍ପିଟାଲରେ ମୃତ୍ୟୁ

ପୁରୀ: ପୁରୀ ଶ୍ରୀମନ୍ଦିରରେ ପୁଣି ଏକ ଅଘଟଣ ଘଟିଛି। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିବା ଢେଙ୍କାନାଳ ଅଞ୍ଚଳର ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଯାଦବ ରାୟ। ସେ ନିଜ ପତ୍ନୀଙ୍କ ସହ ଶ୍ରୀମନ୍ଦିରକୁ ଆସିଥିଲେ। ଏକାଦଶୀ ଯୋଗୁଁ ମନ୍ଦିରରେ ଭିଡ଼ ଥିବାବେଳେ ଦର୍ଶନ ସମୟରେ ନାଟମଣ୍ଡପର କିଛି ପୂର୍ବରୁ ବେଢ଼ା ନିକଟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।

ସୂଚନା ଅନୁସାରେ, ଅସୁସ୍ଥ ଯାଦବଙ୍କୁ ପୁଲିସ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ପରିବେଶ ସୃଷ୍ଟି ହୋଇଛି। ତେବେ ସେ କେଉଁ କାରଣରୁ ଅସୁସ୍ଥ ହୋଇଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଯାଦବଙ୍କ ମୃତ୍ୟୁ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ବାହାରେ ହୋଇଥିବାରୁ ମନ୍ଦିରର ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏହାସହ ଘଟଣା ସମୟର ପରିସ୍ଥିତି ଜାଣିବା ପାଇଁ ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ