Asian Champions Trophy 2026: ଜାପାନକୁ ୪-୧ ଗୋଲ୍ରେ ହରାଇ ଷଷ୍ଠ ଥର ଚାମ୍ପିୟନ୍ ହେଲା ଭାରତ
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬ର ଟାଇଟଲ୍ ଜିତିଛି। ମୋହାଲିରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ ଷଷ୍ଠ ଥର ପାଇଁ ଏହି ଟ୍ରଫି ହାସଲ କରିଛି।
ଫାଇନାଲ୍ ମ୍ୟାଚ୍ର ଆରମ୍ଭରେ ଭାରତକୁ ଝଟକା ଲାଗିଥିଲା। ଜାପାନ ପ୍ରଥମେ ଗୋଲ୍ ଦେଇ ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ତେବେ ଭାରତୀୟ ଖେଳାଳିମାନେ ହାର ନମାନି ମ୍ୟାଚ୍କୁ ଫେରିଥିଲେ। ଏହାପରେ ଦଳ ଲଗାତାର ୪ଟି ଗୋଲ୍ ଦେଇ ଜାପାନକୁ ପଛରେ ପକାଇଥିଲା।
ଏହି ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ଭାରତ ଫାଇନାଲ୍ ମ୍ୟାଚ୍କୁ ନିଜ ନାଁରେ କରିନେଇଛି। ଷଷ୍ଠ ଥର ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଜିତିବା ସହ ଭାରତୀୟ ପୁରୁଷ ହକି ଦଳ ଏହି ପ୍ରତିଯୋଗିତାରେ ନିଜର ରେକର୍ଡକୁ ଆହୁରି ମଜବୁତ କରିଛି।

