Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଝୀଗୁଡା ପଞ୍ଚାୟତ ରେ ସ୍ୱତନ୍ତ୍ର ଧାନ ଉପମଣ୍ଡି ଖୋଲିବାକୁ ଚାଷି ଓ ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ।

କଳାହାଣ୍ଡି,୦୬/୧୧
କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଠାରେ ସ୍ୱତନ୍ତ୍ର ଧାନ ଉପମଣ୍ଡି ଖୋଲିବାକୁ ଶୁକ୍ରବାର ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ଗ୍ରାମବାସୀ ଙ୍କ ପକ୍ଷରୁ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷି ଦ୍ଵାରିକା ନାଥ ବାଗ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ମାଝୀଗୁଡା,ଦାବ୍ରିଗୁଡା,ମହୁଳମୁଣ୍ଡା, କାଦୋପଡା ଗ୍ରାମ ର ଚାଷୀମାନେ ମାଝୀଗୁଡା ଠାରେ ସ୍ୱତନ୍ତ୍ର ମଣ୍ଡି ନିର୍ମାଣ ହେଲେ ପଞ୍ଚାୟତ ର ଚାଷି ମାନେ ସୁବିଧା ରେ ଧାନ ବିକ୍ରି କରିପାରିବେ ବୋଳି ମତ ପ୍ରକାଶ ପାଇଛି। ମଣ୍ଡି।ଆରମ୍ଭ ଦିନରୁ ମାଝୀଗୁଡା ପଞ୍ଚାୟତ ର ଚାଷୀମାନେ କୋକସରା କୃଷି ସମବାୟ ସମିତି ଅଧିନସ୍ଥ କୋକସରା ନିୟନ୍ତ୍ରିତ ବଜାର କମିଟି ରେ ଧାନ ବିକ୍ରି କରି ଆସୁଛନ୍ତି,ଏଣୁ ଧାନ ପରିବହନ ପାଇଁ ଆର୍ଥିକ ଶୋଷଣ ଓ ଧାନବିକ୍ରି ନହେବା ପର୍ଯ୍ୟନ୍ତ ମଣ୍ଡି ରେ ଅପେକ୍ଷା କରି ରହିବାକୁ ପଡୁଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ କୁ ଏନେଇ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଚାଷି ସୁଧୀର ପଣ୍ଡା, ସୁଶିଳ କୁମାର ପଣ୍ଡା, ପଞ୍ଚକ ପୋଢ଼,ସରୋଜ ପଣ୍ଡା, ରମେଶ ଚନ୍ଦ୍ର ଦୁର୍ଗା,ତ୍ରିନାଥ ପୁଞ୍ଜି, ରଞ୍ଜିତ ପୋଢ଼,ମୁକୁନ୍ଦ ହଂସ,ବିକ୍ରମ କେତକୀ,ଗୋକୁଳ ପୁଞ୍ଜି,ମଦେଲାଲ ନାଏକ, ଲକ୍ଷ୍ୟରାମ ପୁଞ୍ଜି, ମହେନ୍ଦ୍ର ନାଏକ, ତ୍ରିନାଥ ପୁଞ୍ଜି ସମେତ ପଞ୍ଚାୟତ ଅଞ୍ଚଳ ର ଶତାଧିକ କୃଷକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ