Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମଗୁଡ଼ାରେ କ୍ଳଷ୍ଟର ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ : ୧୮ଟି ସ୍କୁଲରୁ ପ୍ରଦର୍ଶିତ ହେଲା ୫୮ଟି ପ୍ରକଳ୍ପ

କଳାହାଣ୍ଡି,୦୫/୧୧- ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର କ୍ଲଷ୍ଟର ଅନ୍ତର୍ଗତ ଜାମଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲଷ୍ଟରସ୍ତରୀୟ ‘ବିଜ୍ଞାନ ମେଳା-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୁମାର ଗୌରବ ପରିଡ଼ା ଓ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ପଧାନଙ୍କ ମିଳିତ ତତ୍ୱାବଧାନରେ ଏହି ମେଳା ଆୟୋଜିତ ହୋଇଥିଲା।
ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ହୃଷୀକେଶ ନାଏକ ଯୋଗଦେଇ ବିଜ୍ଞାନ ମେଳାର ଶୁଭାରମ୍ଭ କରିଥିଲେ।
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଦମଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ ଏବଂ ଭୁର୍ଟିଗଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳାମ୍ବର ସରାଫ ଯୋଗଦେଇଥିଲେ। ଏହି ଅବସରରେ ୧୮ଗୋଟି ବିଦ୍ୟାଳୟର ସମୁଦାୟ ୫୮ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଅତିଥିମାନେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ସଭା ପରିଚାଳନା କରିଥିଲେ। ବିଜ୍ଞାନ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ବିଚାରକ ଭାବେ ଜିତେନ୍ଦ୍ର ସିଂ, ବଦ୍ରି ନାରାୟଣ ନାଗ ଓ ରଞ୍ଜନ ବୁଦ୍ଧିଆ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ମେଳାର ସଫଳ ଆୟୋଜନରେ ସୁରେଶ ମହାରଣା, ଗୁଣନିଧି ଛତ୍ରିଆ, ଭୋଦେବ ନିଆଲ, ଆଇ.ଏ.ଏମ୍.ପି. ତିର୍କୀ, ରିଙ୍କୁ ମଲ୍ଲିକ, ଚିନ୍ତାମଣି ବିଶ୍ୱାଳ, ଶରତ ଚନ୍ଦ୍ର ସାହାଣୀ, ସୁରେନ୍ଦ୍ର ବିଶ୍ୱାଳ, ସୁଶାନ୍ତ ବାରିକ, ସମୀର ପୂଝାରୀ, ଦେବାଶିଷ ଗୌଡ଼, ଜଳନ୍ଧର ହିଆଲ, ହେମନ୍ତ ମାଝୀ, ମାନସ ରଞ୍ଜନ ଦୀପ, ଗାୟତ୍ରୀ ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, କୁନ୍ଦଜା ବାରିକ, ହରିପ୍ରିୟା ବିଶ୍ୱାଳ ଓ ସୁଚିସ୍ମିତା ବେହେରାଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ