*ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ପ୍ରବେଶ ଦ୍ୱାର ଓ ସେଲ୍ଫି ପଏଣ୍ଟ ଉଦଘାଟନ କଲେ ବିଧାୟକ*
କଳାହାଣ୍ଡି,୦୫/୧୧
କଳାହାଣ୍ଡି ଜିଲ୍ଲା ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।ଡୁଡୁକାଠେଙ୍ଗା ପଞ୍ଚାୟତ ର ଶୋଭା ବର୍ଦ୍ଧନ କରୁଥିବା ପର୍ଯ୍ୟଟନ ସ୍ଥଳୀ ପାଇଁ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ସରପଞ୍ଚ ହରିପ୍ରିୟା ନାଗ ଙ୍କ ପ୍ରଚେଷ୍ଟା ରେ ବିଜୁ ଏକ୍ସପ୍ରେସ ୱେ କୁ ଦେଇ ଯାଇଥିବା ଡୋକାରି ଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ର ମୁଖ୍ୟ ପ୍ରବେଶ ଦ୍ୱାର ରାସ୍ତା ନିକଟରେ ପଞ୍ଚାୟତ ଅନୁଦାନ ରୁ ନବ ନିର୍ମିତ ସୂଚନା ଫଳକ ଓ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଛି।
ଗୁରୁବାର ଏହି ପ୍ରବେଶ ଦ୍ୱାର ଓ ସେଲ୍ଫି ପଏଣ୍ଟ ଉଦଘାଟନ ଅବସରରେ ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ,ଆମପାଣି ବିଜେପି ମଣ୍ଡଳ ସଭାପତି ମଧୁବନ ପାତ୍ର, ସ୍ଥାନୀୟ ସମିତି ସଭ୍ୟା ପାର୍ବତୀ ବାଗ,ନାଏବ ସରପଞ୍ଚ ଖଗେଶ୍ବର ବାଣୁଆ,ସ୍ୱତନ୍ତ୍ର ଅତିଥି ଅଜିତ ପଣ୍ଡା, ସହକାରୀ ଯନ୍ତ୍ରୀ ଏହେମଦ ସରିଫ, କନିଷ୍ଠ ଯନ୍ତ୍ରୀ ସୁକାନ୍ତ କୁମାର ବେହେରା,ପିଇଓ ଦିଲେଶ୍ୱର ଚଳାନ, ଏଡିଓ ପ୍ରଭାତ ତିବାରି ସମେତ ପଞ୍ଚାୟତ ର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ପଟ୍ଟଯୋଶୀ ପର୍ଯ୍ୟଟନ ସ୍ଥଳୀ ର ପ୍ରଚାର ପ୍ରସାର ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଏହି ପ୍ରୟାସ କୁ ପ୍ରସଂଶା କରିବା ସହ ନିଜ ପଞ୍ଚାୟତ ର ଗାରିମା କୁ ଲୋକଲୋଚନକୁ ଆଣିଥିବା ସରପଞ୍ଚ ଓ ଗ୍ରାମବାସୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଜେପି ନେତା ରଘୁନାଥ ଖମାରି ମଞ୍ଚ ପରିଚାଳନା କରିଥିଲେ।ପଞ୍ଚାୟତ କର୍ମଚାରୀ ସମେତ ସ୍ଥାନୀୟ ସଚେତନ ନାଗରିକ ମଣିରାମ ବାଣୁଆ,ଖଗେଶ୍ବର ପାଣିଗ୍ରାହୀ,ମଞ୍ଜିତ ନାଏକ,ବିରେନ କନ୍ଧ,ଡମ୍ବରୁ ମାଝୀ, ବଂଶୀଧର ନାଗ, କବିର ବାଣୁଆ,ଦେବିସିଂ ନାଗ, ଶିବ ପ୍ରସାଦ ବାଣୁଆ ସମେତ ପଞ୍ଚାୟତ ଅଧିନସ୍ଥ ୱାର୍ଡ ସଭ୍ୟ ସଭ୍ୟା ଓ ପଞ୍ଚାୟତ ଅଧିନସ୍ଥ ଶତାଧିକ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।

