Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Anirudh-Kavya Maran Wedding: ନଭେମ୍ବର ୧୧ରେ ଗ୍ରୀସ୍‌ରେ ବିବାହ କରିବେ ଅନିରୁଦ୍ଧ ଓ କାବ୍ୟା! ଯୋଗଦେବେ ରଜନୀକାନ୍ତ ଏବଂ ଏମ୍‌କେ ଷ୍ଟାଲିନ୍‌

ମୁମ୍ବାଇ: ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅନିରୁଦ୍ଧ ରବିଚନ୍ଦର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ମାଲିକାଣୀ କାବ୍ୟା ମାରନ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ନଭେମ୍ବର ୧୧ ତାରିଖରେ ଗ୍ରୀସ୍‌ରେ ବିବାହ କରିପାରନ୍ତି। ଏହି ଉତ୍ସବରେ କେବଳ ନିକଟତମ ବନ୍ଧୁ ଓ ବିଶେଷ ଅତିଥିମାନେ ଯୋଗଦେବେ ବୋଲି ମଧ୍ୟ ରିପୋର୍ଟରେ ଦାବି କରାଯାଇଛି।

ସେହି ରିପୋର୍ଟଗୁଡ଼ିକରେ ଦାବି କରାଯାଇଛି ଯେ, ବିବାହରେ ଯୋଗଦେବା ପାଇଁ ସୁପରଷ୍ଟାର ରଜନୀକାନ୍ତ ନିଜ ପରିବାର ସହ ଗ୍ରୀସ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଏହାସହ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ମଧ୍ୟ ପତ୍ନୀ ଦୁର୍ଗା ଷ୍ଟାଲିନ୍‌ଙ୍କ ସହ ବିମାନବନ୍ଦରରେ ନଜର ଆସିଥିବା ଖବର ପ୍ରକାଶ ପାଇଛି। ତେବେ ସେମାନେ ବିବାହରେ ଯୋଗଦେବା ପାଇଁ ଯାଉଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଏହାବ୍ୟତୀତ, ନଭେମ୍ବର ୨୧ ତାରିଖରେ ଚେନ୍ନାଇରେ ଏକ ଭବ୍ୟ ରିସେପ୍‌ସନ୍‌ ଆୟୋଜନ ହେବ ବୋଲି ମଧ୍ୟ କିଛି ରିପୋର୍ଟରେ ଦାବି କରାଯାଇଛି। ତେବେ ଅନିରୁଦ୍ଧ ଓ କାବ୍ୟାଙ୍କ ବିବାହ କିମ୍ବା ରିସେପ୍‌ସନ୍‌ ସମ୍ପର୍କରେ ଉଭୟଙ୍କ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇଥିବା ସୂଚନା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ