Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Vigilance: ୭ ହଜାର ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା, ଚାକିରିରୁ ବହିଷ୍କୃତ ହେଲେ ସବ୍‌ ରେଜିଷ୍ଟ୍ରାର

ବାଲେଶ୍ୱର: ମାତ୍ର ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସରକାରୀ ଚାକିରି ହରାଇଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍‌ ରେଜିଷ୍ଟ୍ରାର ମନୀଷା ମିଶ୍ର। ତାଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଘଟଣା ଲାଞ୍ଚ କାରବାରକୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି।

ସୂଚନା ଅନୁସାରେ, ଜମି ପଞ୍ଜୀକରଣ ଓ ବିକ୍ରି କବଲା କରାଇଦେବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ମନୀଷା ୭ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଗତ ନଭେମ୍ବର ୬ ତାରିଖରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଏହି ସମୟରେ ଲାଞ୍ଚ ଟଙ୍କା ନେଉଥିବା ଅଭିଯୋଗରେ ତାଙ୍କୁ ଧରାଯାଇଥିଲା।

ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହେବା ପରେ ନଭେମ୍ବର ୭ ତାରିଖରେ ମନୀଷା ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତାଙ୍କୁ ଚାକିରିରୁ ବହିଷ୍କାର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories