Disha Salian Case: ଦିଶା ସାଲିଆନ୍ ମାମଲାର ତଦନ୍ତ CBIକୁ ହସ୍ତାନ୍ତର, ଯାଞ୍ଚରେ ବିଳମ୍ବ ହୋଇଥିବା କହିଲେ ଫଡନାଭିସ୍
ମହାରାଷ୍ଟ୍ର: ଦିଶା ସାଲିଆନ୍ ମାମଲାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏହି ମାମଲାର ତଦନ୍ତ ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ମୁମ୍ବାଇ ପୋଲିସ ନିଜ ରିପୋର୍ଟରେ ତଦନ୍ତ ସମୟରେ କୌଣସି ସନ୍ଦେହଜନକ ତଥ୍ୟ ମିଳିନଥିବା ଉଲ୍ଲେଖ କରିଥିଲା।
ତେବେ ମାମଲାର ଶୁଣାଣି ସମୟରେ କୋର୍ଟ ତଦନ୍ତରେ କିଛି ତ୍ରୁଟି ଥିବା ନେଇ ଆଙ୍ଗୁଠି ଉଠାଇଥିଲେ। ଏହାପରେ ମାମଲାର ତଦନ୍ତକୁ ଅଧିକ ଆଗକୁ ନେବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ଦାୟିତ୍ୱ ଦିଆଯାଇଛି। ଏହି ନିଷ୍ପତ୍ତି ପରେ ମାମଲାର ତଦନ୍ତ ଏବେ CBI ହାତକୁ ଯାଇଛି।
ଫଡନାଭିସ୍ଙ୍କ ବୟାନ ପରେ ଦିଶା ସାଲିଆନ୍ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ତେବେ ମୁମ୍ବାଇ ପୋଲିସର ପୂର୍ବ ରିପୋର୍ଟ ଏବଂ କୋର୍ଟ ଉଠାଇଥିବା ତ୍ରୁଟି ସମ୍ପର୍କିତ ପ୍ରସଙ୍ଗରେ CBIର ତଦନ୍ତ ପରେ ହିଁ ଅଧିକ ସ୍ପଷ୍ଟତା ଆସିବ।

