Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Google AI Policy: ସ୍କୁଲ୍‌ରେ AI ଟୁଲ୍‌ ବ୍ୟବହାର ନକଲେ ବନ୍ଦ ହୋଇପାରେ Google Search! ନୀତିକୁ ବିରୋଧ କଲେ ଅଭିଭାବକ ଓ ଶିକ୍ଷକ

ନୂଆଦିଲ୍ଲୀ: ଆମେରିକାରେ ଗୁଗଲ୍‌ର ଏକ ନୂଆ ନୀତିକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏହି ନୀତି ଅନୁଯାୟୀ, ଯେଉଁ ସ୍କୁଲ୍‌ଗୁଡ଼ିକ ଗୁଗଲ୍‌ର AI ଟୁଲ୍‌ ବ୍ୟବହାର କରିବାକୁ ମନା କରିବେ, ସେମାନେ ଗୁଗଲ୍‌ ସର୍ଚ୍ଚ ଇଞ୍ଜିନ୍‌ର ସୁବିଧା ହରାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ଆମେରିକାର ବିଭିନ୍ନ ସ୍ଥାନରେ ଅଭିଭାବକ ଓ ଶିକ୍ଷାବିତ୍‌ମାନେ ଆପତ୍ତି ଉଠାଇଛନ୍ତି।

ନିକଟରେ ଗୁଗଲ୍‌ ଶ୍ରେଣୀଗୃହରେ ବ୍ୟବହାର ପାଇଁ ଏକାଧିକ AI ସୁବିଧା ଆରମ୍ଭ କରିଛି। ଏହି ଟୁଲ୍‌ଗୁଡ଼ିକ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ପ୍ରକ୍ରିୟାରେ ସହାୟତା କରିବା ଉଦ୍ଦେଶ୍ୟରେ ଆଣାଯାଇଛି। ଏହା ସହିତ ଶିକ୍ଷକ ଓ ସ୍କୁଲ୍‌ ପ୍ରଶାସକଙ୍କ ପାଇଁ AI ଟୁଲ୍‌ର ବ୍ୟବହାରକୁ ସୀମିତ କରିବାର ସେଟିଂ ମଧ୍ୟ ରଖାଯାଇଛି।

ତେବେ AI ଟୁଲ୍‌ ବ୍ୟବହାରକୁ ନିୟନ୍ତ୍ରଣ କରିବାର ବିକଳ୍ପ ଥିବା ସତ୍ତ୍ୱେ, ଏହାକୁ ଗ୍ରହଣ ନକଲେ ଗୁଗଲ୍‌ ସର୍ଚ୍ଚ ସେବା ପ୍ରଭାବିତ ହେବାର ଆଶଙ୍କା ଅଭିଭାବକ ଓ ଶିକ୍ଷକଙ୍କ ଚିନ୍ତା ବଢ଼ାଇଛି। ସ୍କୁଲ୍‌ଗୁଡ଼ିକୁ AI ବ୍ୟବହାର ପାଇଁ ବାଧ୍ୟ କରାଯିବା ଉଚିତ୍‌ କି ନାହିଁ, ତାହାକୁ ନେଇ ଏବେ ଆମେରିକାରେ ବିତର୍କ ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories