Kulgam Firing: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼, ୨ CRPF ଯବାନ ଆହତ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଆଜି ଅପରାହ୍ନରେ ଏକ ନାକାରେ ଡ୍ୟୁଟିରେ ମୁତୟନ ଥିବା CRPF ଯବାନଙ୍କ ଉପରକୁ ଅଜଣା ମୋଟରସାଇକେଲ ଆରୋହୀ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଏହି ଘଟଣାରେ ଦୁଇ ଜଣ CRPF ଯବାନ ଆହତ ହୋଇଛନ୍ତି।
ଗୁଳିମାଡ଼ରେ ଆହତ ହୋଇଥିବା ଦୁଇ ଯବାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲକୁ ପଠାଯାଇଛି। ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଛି।
ଗୁଳିମାଡ଼ କରିବା ପରେ ଆକ୍ରମଣକାରୀମାନେ କେଉଁ ଦିଗକୁ ଫେରାର ହୋଇଛନ୍ତି, ସେ ସମ୍ପର୍କରେ ପ୍ରାଥମିକ ସୂଚନା ମିଳିନାହିଁ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଏବଂ ଆକ୍ରମଣକାରୀଙ୍କ ପରିଚୟ ଜଣାପଡ଼ିବାକୁ ଅପେକ୍ଷା କରାଯାଇଛି।

