Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Air India Flight: କୋଲକାତା ବିମାନବନ୍ଦରରେ ହାଇଜାକ୍ ଧମକ, ଉଡ଼ାଣ ପୂର୍ବରୁ ଅଟକାଗଲା ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନ

ପଶ୍ଚିମବଙ୍ଗ: କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ସକାଳେ ହାଇଜାକ୍ ଧମକକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା। ମୁମ୍ବାଇ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନର ଶୌଚାଳୟରେ ଥିବା ଦର୍ପଣ ଉପରେ ହାଇଜାକ୍ କରିବା ସମ୍ପର୍କିତ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଥିବା ଜଣାପଡ଼ିଛି। ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଏହି ବାର୍ତ୍ତା ନଜରକୁ ଆସିଥିଲା। ଏହା ଜାଣିବା ପରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌କୁ ସୂଚନା ଦେଇଥିଲେ।

ଏହାପରେ ବିମାନଟିକୁ ମୁଖ୍ୟ ରନୱେଠାରୁ ଅଲଗା ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ସେଠାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏବଂ ବିମାନବନ୍ଦରର ସ୍ୱତନ୍ତ୍ର ସୁରକ୍ଷା ଟିମ୍ ଯାଞ୍ଚ ଆରମ୍ଭ କରିଥିଲେ। ବିମାନର ବିଭିନ୍ନ ଅଂଶକୁ ଯାଞ୍ଚ କରାଯାଉଥିବା ସହ କୌଣସି ସନ୍ଦେହଜନକ ସାମଗ୍ରୀ ଅଛି କି ନାହିଁ, ତାହା ଖୋଜାଯାଉଛି।

ଅନ୍ୟପଟେ, ଧମକପୂର୍ଣ୍ଣ ବାର୍ତ୍ତା କିଏ ଲେଖିଥିଲା ଏବଂ ଏହା ପଛରେ କାହାର ହାତ ରହିଛି, ତାହା ଜାଣିବା ପାଇଁ ପୋଲିସ ଓ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ବିମାନବନ୍ଦର ପରିସର ଏବଂ ବିମାନ ଭିତରେ ଥିବା CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ତେବେ ଧମକର ସତ୍ୟତା ଓ ଏହାର ଉତ୍ସ ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories