Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Imran Khan Health Update: ଆଖି ଓ ରକ୍ତଚାପ ସମସ୍ୟା ଯୋଗୁଁ ହସ୍ପିଟାଲ ଗଲେ ଇମ୍ରାନ ଖାନ୍, ଚିକିତ୍ସା ପରେ ପୁଣି ଜେଲ୍‌କୁ ଫେରିଲେ

ପାକିସ୍ତାନ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଚିନ୍ତା ବଢ଼ିଛି। ମଙ୍ଗଳବାର ରାତିରେ ଆଖି ଓ ରକ୍ତଚାପ ସମସ୍ୟା ଯୋଗୁଁ ତାଙ୍କୁ ଇସଲାମାବାଦର ଏକ ହସ୍ପିଟାଲକୁ ନିଆଯାଇଥିବା ସୂଚନାରୁ ମିଳିଛି। ୭୪ ବର୍ଷୀୟ ଇମ୍ରାନଙ୍କ ଆଖି ପରୀକ୍ଷା କରାଯିବା ସହ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ଏହାପରେ ତାଙ୍କୁ ପୁଣି ଅଡିଆଲା ଜେଲ୍‌କୁ ଫେରାଇ ନିଆଯାଇଛି।

ଅନ୍ୟପଟେ ଇମ୍ରାନ ଖାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ନେଇ ତାଙ୍କ ଓକିଲମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ କରି ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ଯଥେଷ୍ଟ ହ୍ରାସ ପାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଜେଲ୍‌ରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଓକିଲମାନେ ଚିନ୍ତା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଇମ୍ରାନ ଖାନ୍ ତିନି ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଓକିଲମାନେ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଓ ପରବର୍ତ୍ତୀ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories