Iran Military Camp: ତେହେରାନରେ ପ୍ରଥମ ମହିଳା ସାମରିକ ତାଲିମ ଶିବିର ଆରମ୍ଭ, ସମ୍ଭାବ୍ୟ ଆମେରିକୀୟ ଆକ୍ରମଣକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନର ଆଜାଦୀ ସ୍କୋୟାରରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କୁ ନେଇ ଏକ ସାମରିକ ତାଲିମ ଶିବିର ଆରମ୍ଭ ହୋଇଛି। ଆମେରିକା ପକ୍ଷରୁ ସମ୍ଭାବ୍ୟ ସ୍ଥଳ ଆକ୍ରମଣ ଆଶଙ୍କା ମଧ୍ୟରେ ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ଶିବିରରେ ଦଶନ୍ଧି ମହିଳା ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି। ସେମାନଙ୍କୁ ‘ଜାନଫାଦାୟନ’ ବୋଲି କୁହାଯାଉଛି। ଏହି ଶବ୍ଦର ଅର୍ଥ ହେଉଛି ଇରାନ ପାଇଁ ନିଜ ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ବ୍ୟକ୍ତି।
ତାଲିମ ଶିବିରରେ ମହିଳାମାନଙ୍କୁ ବିଭିନ୍ନ ସାମରିକ ଅଭ୍ୟାସ କରାଯାଉଛି। ଏଥିରେ ଆସଲ୍ଟ ରାଇଫଲ୍ ବ୍ୟବହାର ସମ୍ପର୍କିତ ତାଲିମ, କାନ୍ଥ ଚଢ଼ିବା ଏବଂ ଜିପ୍ଲାଇନ୍ ଅଭ୍ୟାସ ସାମିଲ ରହିଛି। ଏହି ଶିବିର ମାଧ୍ୟମରେ ମହିଳା ସ୍ୱେଚ୍ଛାସେବୀମାନଙ୍କୁ ସାମରିକ ପ୍ରଶିକ୍ଷଣ ଦିଆଯାଉଛି।
ତେବେ ଆମେରିକାର ସମ୍ଭାବ୍ୟ ସ୍ଥଳ ଆକ୍ରମଣ ଆଶଙ୍କା ମଧ୍ୟରେ ଏହି ଶିବିର ଆରମ୍ଭ ହୋଇଥିବା କୁହାଯାଉଛି। ଇରାନରେ ମହିଳାଙ୍କ ପାଇଁ ଏଭଳି ସାମରିକ ତାଲିମ ଶିବିର ଆରମ୍ଭ ହେବା ଏବେ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

