Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar Murder Case: ଭୁବନେଶ୍ୱରରେ ୭୬ ବର୍ଷୀୟା ବୃଦ୍ଧାଙ୍କ ହତ୍ୟା ଅଭିଯୋଗରେ କେୟାରଟେକର ଗିରଫ, ସୁରଟରୁ ଧରିଲା ପୁଲିସ

ଭୁବନେଶ୍ୱର: ଭୁବନେଶ୍ୱରରେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କ ହତ୍ୟା ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟା ମାମଲାର ଅଭିଯୁକ୍ତ କେୟାରଟେକର ବଳଭଦ୍ର ମହାରଣାଙ୍କୁ ଗୁଜରାଟର ସୁରଟରୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଗିରଫ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଉଥିବା ସୂଚନା ମିଳିଛି।

ଗତ ୪ ତାରିଖରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗରସ୍ଥିତ ନିଜ ବାସଭବନରେ କୁଞ୍ଜଲତାଙ୍କୁ ହତ୍ୟା କରାଯାଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ସନ୍ଧାନରେ ଛାନଭିନ୍ ଜାରି ରଖିଥିଲା।

ତଦନ୍ତ ବେଳେ ସିସିଟିଭି ଫୁଟେଜ୍ ଓ ହ୍ୟୁମାନ୍ ଇଣ୍ଟେଲିଜେନ୍ସରୁ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଥିଲା। ଏହାକୁ ଆଧାର କରି ବଳଭଦ୍ର ମହାରଣାଙ୍କ ଠିକଣା ଠାବ କରିଥିଲା ପୁଲିସ। ଶେଷରେ ସୁରଟରୁ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଭୁବନେଶ୍ୱର ଫେରିବା ପରେ ହତ୍ୟା ପଛର କାରଣ ସମେତ ଘଟଣାର ଅନ୍ୟାନ୍ୟ ଦିଗ ସ୍ପଷ୍ଟ ହେବା ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories