Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Swachh Survekshan Awards: ଜାତୀୟ ସ୍ୱଚ୍ଛତା ପୁରସ୍କାରରେ ଓଡ଼ିଶାର ସଫଳତା! ପୁରୀ ପ୍ରଥମ ଓ ଆସିକା ଦ୍ୱିତୀୟ ସ୍ଥାନରେ

ଭୁବନେଶ୍ୱର: ସ୍ୱଚ୍ଛତା କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରାଜ୍ୟର ବିଭିନ୍ନ ସହର ଜାତୀୟ ପୁରସ୍କାର ହାସଲ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

‘ସ୍ୱଚ୍ଛ ଉପକୂଳ ସହର’ ବର୍ଗରେ ପୁରୀ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳ ବର୍ଗରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହା ସହ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ବର୍ଗରେ ଭୁବନେଶ୍ୱରକୁ ମଧ୍ୟ ଜାତୀୟ ସ୍ୱୀକୃତି ମିଳିଛି।

‘ସ୍ୱଚ୍ଛ ଭାରତ ମିଶନ୍‌-ସହରାଞ୍ଚଳ’ ଅଧୀନରେ ଆୟୋଜିତ ଏହା ଥିଲା ଦଶମ ସ୍ୱଚ୍ଛତା ସର୍ଭେକ୍ଷଣ। ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ସ୍ୱଚ୍ଛତା କି ନୟୀ ପହେଲ୍‌-ବଢ଼ାଏଁ ହାଥ୍‌, କରେଁ ସଫାଇ ସାଥ୍‌’। ପୁରସ୍କାର ସମାରୋହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ୱଚ୍ଛ ଭାରତ ମିଶନ୍‌ର ନିର୍ଦ୍ଦେଶକ ବିନୟ କୁମାର ଦାଶ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ବିଭିନ୍ନ ସହରର ପ୍ରତିନିଧି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories