Uttarakhand IAS-PCS Transfer: ଉତ୍ତରାଖଣ୍ଡରେ ବଡ଼ ପ୍ରଶାସନିକ ଅଦଳବଦଳ, ୧୦ IAS ଓ ୨୦ PCS ଅଧିକାରୀଙ୍କ ବଦଳି
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏକାଥରକେ ୧୦ ଜଣ IAS ଏବଂ ୨୦ ଜଣ PCS ଅଧିକାରୀଙ୍କ ବଦଳି କରାଯାଇଛି। ଏହି ଅଦଳବଦଳରେ ବିଭିନ୍ନ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ (CDO), ଅତିରିକ୍ତ ଜିଲ୍ଲାପାଳ (ADM) ଏବଂ ନଗର ନିଗମ ଆୟୁକ୍ତଙ୍କ ଦାୟିତ୍ୱରେ ପରିବର୍ତ୍ତନ ହୋଇଛି। ପର୍ଯ୍ୟଟନ, ପଞ୍ଚାୟତିରାଜ, ସହରାଞ୍ଚଳ ବିକାଶ ଏବଂ କୁମ୍ଭମେଳା ପ୍ରଶାସନ ସହ ଜଡ଼ିତ ବିଭାଗରେ ମଧ୍ୟ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।
ଏହି ଅଦଳବଦଳ ଅନୁସାରେ, ଦେହରାଦୁନର CDO ଭାବେ କାର୍ଯ୍ୟରତ IAS ଅଧିକାରୀ ଅଭିନବ ଶାହଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଏବଂ ପର୍ଯ୍ୟଟନ ବିକାଶ ପରିଷଦର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ନିଯୁକ୍ତ କରାଯାଇଛି। ପିଥୋରାଗଡ଼ର CDO ଦୀପକ ସୈନିଙ୍କୁ ଦେହରାଦୁନର ନୂଆ CDO ଦାୟିତ୍ୱ ମିଳିଛି। ସେହିପରି ଦେହରାଦୁନ ସହରାଞ୍ଚଳ ବିକାଶ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ କୁମାରଙ୍କୁ ପିଥୋରାଗଡ଼ର ନୂଆ CDO ଭାବେ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ, କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ନିଧି ଯାଦବଙ୍କୁ ପଞ୍ଚାୟତିରାଜ ନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି। ସେ ପୂର୍ବଭଳି କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବେ।

