ବୀରମହାରାଜପୁର : ମହାନତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ । ନିଜ ଗାଡିରେ ରାସ୍ତା କଡରୁ ଅଂଶୁଘାତ ପିଡତାଙ୍କୁ ଉଠାଇ ପହଂଚାଇଲେ ଡାକ୍ତରଖାନା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଦେଖାଇଛନ୍ତି ଏଭଳି ମହନୀୟତା । ଗତକାଲି ଅପରାହ୍ନରେ ବ୍ଲକ ଉପାଧ୍ୟକ୍ଷ ନାରାୟାଣ ଲୁହା କୌଣସି ଏକ କାମ ସାରି ସୁବଳୟା ରୁ ବୀରମାହାରାଜପୁର ରାସ୍ତାରେ ଫେରୁଥିବା ସମୟରେ ଜଟେସିଂହା ସେତୁ ନିକଟରେ ରାସ୍ତା କଡରେ ଜଣେ ମହିଳା ଅଚେତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ନାରାୟଣ ତୁରନ୍ତ ଗାଡିରୁ ଓହ୍ଲାଇ ପିଡିତାଙ୍କ ପାଖକୁ ଯାଇ ତାଙ୍କ ଅବସ୍ଥା ଦେଖିବା ପରେ ତାଙ୍କୁ ନିଜ ଗାଡିରେ ବସାଇ ବୀରମହାରାଜପୁର ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ସେ ନିଜେ ଷ୍ଟ୍ରେଚର ସାହାର୍ଯ୍ୟରେ ରୋଗୀଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଇବା ସହ ତାଙ୍କର ଚିକିତ୍ସା କରାଇଥିଲେ । ଏବେ ଅଂଶୁଘାତ ପିଡିତା ଜଣକ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ସେ ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ବୋଲି ଜଣାପଡିଛି । ବଡଖମାର ଗାଁକୁ ତାଙ୍କ ସମ୍ପର୍କୀୟଙ୍କ ସହ ଏକ ବ୍ରତ ଘରକୁ ଯୋଗଦେବାକୁ ଯାଇଥିବାବେଳେ ପ୍ରଚଣ୍ଡ ରୌଦ୍ରତାପରେ ସେ ଅଂଶୁଘାତରେ ପିଡିତ ହୋଇଯାଇଥିବା ଜଣାପଡିଛି ।
ଅଂଶୁଘାତ ପୀଡିତାଙ୍କୁ ଡାକ୍ତରଖାନା ନେଲେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ
