Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Women’s Reservation Bill: ମହିଳା ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ସଂସଦ ଅଧିବେଶନ ଯୋଜନା, ଲୋକସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ!

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଉଦ୍ଦେଶ୍ୟରେ ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ସଂସଦ ଅଧିବେଶନ ଡାକିବାକୁ ଯୋଜନା କରୁଥିବା ସୂତ୍ରରୁ ଜଣାପଡ଼ିଛି। ଏହି ବିଲ୍‌ ପାରିତ କରିବା ପାଇଁ ସରକାର ୧୫ରୁ ୧୮ ଭୋଟ୍‌ର ବ୍ୟବଧାନରେ ସମର୍ଥନ ପାଇବେ ବୋଲି ଆଶା ରଖିଥିବା କୁହାଯାଉଛି। ତେବେ ସ୍ୱତନ୍ତ୍ର ଅଧିବେଶନର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ପ୍ରସ୍ତାବ ଅନୁସାରେ, ନିର୍ବାଚନମଣ୍ଡଳୀର ପୁନଃସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍‌ ଜରିଆରେ ଲୋକସଭାର ଆସନ ସଂଖ୍ୟା ସର୍ବାଧିକ ୮୫୦କୁ ବୃଦ୍ଧି କରାଯିବ। ଏହାଦ୍ୱାରା ଲୋକସଭା ସହ ରାଜ୍ୟ ବିଧାନସଭାଗୁଡ଼ିକରେ ମଧ୍ୟ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ପଥ ପ୍ରଶସ୍ତ ହେବ। ଏପ୍ରିଲରେ ଏହି ଉଦ୍ଦେଶ୍ୟରେ ଅଣାଯାଇଥିବା ସମ୍ବିଧାନ ସଂଶୋଧନ ବିଲ୍‌ ଆବଶ୍ୟକ ସମର୍ଥନ ନ ପାଇବାରୁ ପାରିତ ହୋଇପାରିନଥିଲା।

ସୂଚନା ଅନୁସାରେ, ଏପ୍ରିଲରେ ଲୋକସଭାରେ ବିଲ୍‌ ସପକ୍ଷରେ ୨୯୮ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୨୩୦ଟି ଭୋଟ୍‌ ପଡ଼ିଥିଲା। ଫଳରେ ଏହା ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ହାସଲ କରିପାରିନଥିଲା। ଏବେ ପୁଣିଥରେ ସ୍ୱତନ୍ତ୍ର ଅଧିବେଶନ ଡାକି ବିଲ୍‌ ଆଣିବାର ଯୋଜନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories