Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Youth Olympics 2026: ଇତିହାସ ରଚିଲେ ଭାରତୀୟ ବକ୍ସର ଲାଇରେନଲାକପାମ ଆମ୍ବେକର, ଜିତିଲେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ବକ୍ସିଂରେ ନୂଆ ଇତିହାସ ରଚିଛନ୍ତି ଲାଇରେନଲାକପାମ ଆମ୍ବେକର ମୀତେଇ। ୨୦୨୬ ଡାକାର ଯୁବ ଅଲିମ୍ପିକ୍ସରେ ପୁରୁଷ ୫୦ କିଲୋଗ୍ରାମ ବର୍ଗର ଫାଇନାଲ୍‌ରେ ସ୍ୱର୍ଣ୍ଣ ପଦକ ଜିତି ସେ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ବକ୍ସର ହୋଇଛନ୍ତି।

ଗୁରୁବାର ଅନୁଷ୍ଠିତ ଫାଇନାଲ୍‌ ମୁକାବିଲାରେ ଆମ୍ବେକର ଆୟରଲ୍ୟାଣ୍ଡର ଜୁବାନି କ୍ରିଷ୍ଟିଆନଙ୍କୁ ୩-୨ରେ ପରାସ୍ତ କରିଥିଲେ। ଏହି ମୁକାବିଲାରେ ବିଜୟ ସହ ସେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲେ।

ଆମ୍ବେକରଙ୍କ ଏହି ସଫଳତା ଚଳିତ ଯୁବ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମଧ୍ୟ ଦେଇଛି। ତାଙ୍କର ଏହି ଐତିହାସିକ ବିଜୟ ଭାରତୀୟ ବକ୍ସିଂ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories