Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Microsoft Outage: ମାଇକ୍ରୋସଫ୍ଟ ସର୍ଭର ଡାଉନ୍‌ର ପ୍ରଭାବ, ଦିଲ୍ଲୀରୁ ୩ଟି ବିମାନ ବାତିଲ୍‌; ୨ଟି ବିଳମ୍ବ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବାରେ ବୈଷୟିକ ତ୍ରୁଟି ଯୋଗୁଁ ଭାରତର ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଶୁକ୍ରବାର ସକାଳେ ଦିଲ୍ଲୀରୁ ଉଡ଼ାଣ କରିବାକୁ ଥିବା ସ୍ପାଇସଜେଟ୍‌ର ୩ଟି ବିମାନ ବାତିଲ୍‌ ହୋଇଥିବା ବେଳେ ଆଉ ୨ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ବାତିଲ୍‌ ହୋଇଥିବା ବିମାନଗୁଡ଼ିକ ଦିଲ୍ଲୀରୁ ପୁଣେ, ଲେହ ଓ ମୁମ୍ବାଇ ଯିବାର ଥିଲା। ଏହାବ୍ୟତୀତ ଦରଭଙ୍ଗା ଓ ମୁମ୍ବାଇ ଯାଉଥିବା ଆଉ ଦୁଇଟି ବିମାନ ବିଳମ୍ବରେ ଚାଲିଥିବା ରିପୋର୍ଟ ହୋଇଛି।

ମାଇକ୍ରୋସଫ୍ଟର ଏହି ସମସ୍ୟା ଯୋଗୁଁ ଇମେଲ୍‌ ଓ ଅନ୍ୟାନ୍ୟ ଯୋଗାଯୋଗ ସେବାରେ ବାଧା ସୃଷ୍ଟି ହୋଇଛି। ଇଣ୍ଡିଗୋ ଓ ଆକାସା ଏୟାର ନିଜର ଇମେଲ୍‌ ସେବା ପ୍ରଭାବିତ ହୋଇଥିବା ନେଇ ଯାତ୍ରୀଙ୍କୁ ସତର୍କ କରିଛନ୍ତି। ତେବେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏହାର ବିମାନ ଚଳାଚଳ ଓ ଯୋଗାଯୋଗ ସେବା ସ୍ୱାଭାବିକ ରହିଛି। ଇମେଲ୍‌ ଯୋଗାଯୋଗ ଜାରି ରଖିବା ପାଇଁ କମ୍ପାନୀ ଅସ୍ଥାୟୀ ଭାବେ ଇମେଲ୍‌ ଟ୍ରାଫିକ୍‌କୁ ଅନ୍ୟ ମାର୍ଗରେ ପଠାଇଛି।

ଏପଟେ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ମଧ୍ୟ ଯାତ୍ରୀମାନଙ୍କୁ ବିମାନର ସ୍ଥିତି ଯାଞ୍ଚ କରିବା ପରେ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି। ମାଇକ୍ରୋସଫ୍ଟର Outlook ଓ Teams ସମେତ କିଛି ସେବାରେ ଗୁରୁବାରଠାରୁ ସମସ୍ୟା ଦେଖାଦେଇଛି। କମ୍ପାନୀ ଏହି ବୈଷୟିକ ତ୍ରୁଟିର କାରଣ ଖୋଜିବା ସହ ସେବା ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories