Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IIT Kharagpur: ଦେଶରେ ପ୍ରଥମ ଥର IITରେ ଆରମ୍ଭ ହେବ ମେଡିକାଲ୍ ଡିଗ୍ରୀ(MD) ପାଠ୍ୟକ୍ରମ, ୬ଟି ବିଭାଗରେ ୧୨ଟି ସିଟ୍; ୨୦୨୭ ଜାନୁଆରୀରୁ କ୍ଲାସ୍

ପଶ୍ଚିମବଙ୍ଗ:ପଶ୍ଚିମବଙ୍ଗର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ଖଡ଼ଗପୁର ଦେଶର ପ୍ରଥମ IIT ଭାବେ ସ୍ନାତକୋତ୍ତର ମେଡିକାଲ୍ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରିଛି। ଏହି ପାଠ୍ୟକ୍ରମଗୁଡ଼ିକୁ ଜାତୀୟ ମେଡିକାଲ୍ କମିସନ୍ (NMC)ର ମାନ୍ୟତା ମିଳିଛି। ଗତକାଲି ଅର୍ଥାତ ଗୁରୁବାର ଅନୁଷ୍ଠାନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

୨୦୨୬-୨୭ ଶିକ୍ଷାବର୍ଷରୁ ଏହି MD ପାଠ୍ୟକ୍ରମ ଆରମ୍ଭ ହେବ। ଏଥିରେ ମୋଟ ୬ଟି ବିଶେଷ ବିଭାଗରେ ୧୨ଟି ସିଟ୍ ଉପଲବ୍ଧ ରହିବ। ଏହାଦ୍ୱାରା ଆଇଆଇଟି ଖଡ଼ଗପୁର ପ୍ରଥମ ଥର ପାଇଁ ନିଜର ଶିକ୍ଷା କାର୍ଯ୍ୟକ୍ରମରେ ମାନ୍ୟତାପ୍ରାପ୍ତ ସ୍ନାତକୋତ୍ତର ମେଡିକାଲ୍ ଡିଗ୍ରୀକୁ ସାମିଲ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories