Rahul Gandhi Hyderabad Rally: ହାଇଦ୍ରାବାଦରେ ଗିଗ୍ କର୍ମଚାରୀଙ୍କ ସହ ସ୍କୁଟିରେ ବସି ବାଇକ୍ ରାଲିରେ ଯୋଗଦେଲେ ରାହୁଲ ଗାନ୍ଧି!
ହାଇଦ୍ରାବାଦ: ହାଇଦ୍ରାବାଦରେ ଗିଗ୍ କର୍ମଚାରୀଙ୍କ ଏକ ବାଇକ୍ ରାଲିରେ ଯୋଗଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହି ସମୟରେ ସେ ଜଣେ ଗିଗ୍ କର୍ମଚାରୀ ଚଳାଉଥିବା ସ୍କୁଟିରେ ପଛରେ ବସି ରାଲିରେ ସାମିଲ ହୋଇଥିଲେ। ରାଲିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ମଧ୍ୟ ଯୋଗଦେଇଥିଲେ।
ଶିଳ୍ପାରାମମ୍ରୁ ଜୟଭେରୀ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଏହି ରାଲି ଯାଇଥିଲା। ଏଥିରେ ରାହୁଲ ଗାନ୍ଧି ଓ ରେଭନ୍ତ ରେଡ୍ଡୀଙ୍କ ସମେତ କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ଗିଗ୍ କର୍ମଚାରୀଙ୍କ ସହ ରାସ୍ତାକୁ ଓହ୍ଲାଇଥିଲେ।
ଏହି କାର୍ଯ୍ୟକ୍ରମରେ ଗିଗ୍ କର୍ମଚାରୀମାନେ ମଧ୍ୟ ରାଲିରେ ସାମିଲ ହୋଇଥିଲେ। ଅନଲାଇନ୍ ଡେଲିଭରି ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ କାମ କରୁଥିବା ଏହି କର୍ମଚାରୀଙ୍କ ସହ କଂଗ୍ରେସ ନେତାମାନଙ୍କ ରାଲିରେ ଯୋଗଦାନ ହାଇଦ୍ରାବାଦର ରାଜନୈତିକ ଚର୍ଚ୍ଚାରେ ଆସିଛି।

