Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ଜାତୀୟ ସାମ୍ବାଦିକତା ଦିବସ ପାଳନ।

କଳାହାଣ୍ଡି,୧୬/୧୧
ସାମ୍ବାଦିକତା ଆମ ପାଇଁ ବୃତ୍ତି ନୁହେଁ ବ୍ରତ ହେଉ | ସାମ୍ବାଦିକ ଟିଏ ସମାଜ ପାଇଁ ଦାୟିତ୍ୱବୋଧ ହେବା ଆବଶ୍ୟକ ବୋଲି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ଜାତୀୟ ପ୍ରେସ ଦିବସ ଅବସରରେ ଅତିଥି ମାନେ ମତ ବ୍ୟକ୍ତ କରି ଥିଲେ | କେସିଙ୍ଗା ସ୍ଥିତ ଋଷି ସାହା ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରେସ ଦିବସରେ ସଭାପତି କମ୍ବୁପାଣି ମିଶ୍ର ଅଧ୍ୟକ୍ଷତା କରି ଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା “ଇନସାଇଟ ଏରା”ର ସମ୍ପାଦକ ମନୋଜ କୁମାର ଶତପଥୀ, ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜଗନ୍ନାଥ ସେଵା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, କେସିଙ୍ଗା ପଂଚାୟତ ସମିତି ଅଧକ୍ଷ ଚନ୍ଦନ ସେନାପତି, ଗୋଲାମୁଣ୍ଡା ପଂଚାୟତ ସମିତି ଅଧକ୍ଷ ବିନ୍ଦୁ ମହାନନ୍ଦ, କେସିଙ୍ଗା ଏନଏସି ପ୍ରତିନିଧି ବଣ୍ଟି ଜୈନ, କେଡିୟୁଜେ ୟୁନିଅନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ସଂଗଠନ ସମ୍ପାଦକ ଅଂଶୁମାନ ପାତ୍ର ପ୍ରମୁଖ ମଂଚାସୀନ ରହିଥିଲେ | ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ | ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ ଙ୍କୁ ପ୍ରତିଭା ସମ୍ମାନ, ନରୋତ୍ତମ ସେଲମା ଙ୍କୁ ବିଜୟ ଦ୍ବିବେଦୀ ସ୍ମୃତି ସମ୍ମାନ, ପରମାନନ୍ଦ ବିଶିଙ୍କୁ ବୃନ୍ଦାବନ ମିଶ୍ର ସ୍ମୃତି ସମ୍ମାନ, ଅନୀଲ ଅଗ୍ରୱାଲ ଙ୍କୁ ମହମ୍ମଦ ଆସଲମ ସ୍ମୃତି ସମ୍ମାନ,ରମେଶ ଚନ୍ଦ୍ର ନାୟକ ଙ୍କୁ ପ୍ରଭାକର ପଟ୍ଟନାୟକ ସ୍ମୃତି ସମ୍ମାନ, ରାଜ୍ୟ ଉପ ସଭାପତି ସନ୍ତୋଷ କୁମାର ସିଂହଦେଓ ଙ୍କୁ ଓ ବାଇକ ଯୋଗେ ଓଡିଶା ଭ୍ରମଣ କରି ଥିବା ହେମନ୍ତ ସାହୁ, ଓ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର କେସିଙ୍ଗା ଶାଖାକୁ ଅତିଥି ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା | ମାନପତ୍ର ପଠନ ସୁଶୀଲ କୁମାର ବାଗ, ପ୍ରଶାନ୍ତ ସାମନ୍ତରା, ଶୁଭେନ ପଟ୍ଟନାୟକ, ଭଜଶ୍ୟାମ ସାହୁ, ଲିଙ୍ଗରାଜ ମିଶ୍ର, ଗଜିନ୍ଦ୍ର ସାହୁ କରିଥିଲେ | ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ମନମୋହନ ପ୍ରଧାନ, କିଶୋର କୁମାର ନାଏକ, ମହମ୍ମଦ କମଲାଦିନ, ସୁଜୟ ନାଗାଲାତି, ଯଯାତି କେଶରୀ ଦେଓ, ଲକ୍ଷ୍ମଣ ବାଗ ପ୍ରମୁଖ ପରିଚାଳନା କରିଥିଲେ | ଏହି ଅବସରରେ ପ୍ରଥମ ଅଧିବେଶନ ରେ ସାଙ୍ଗଠନିକ ଆଲୋଚନା କରାଯାଇଥିଲା | ପରିଶେଷରେ ସାଧାରଣ ସମ୍ପାଦକ ଶ୍ରୀ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ