Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଉନି ଠାରେ ଦୀପୋତ୍ସବ ସାଂସ୍କୃତିକ ସନ୍ଧ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲିକିଲା ମଞ୍ଚ ।

କଳାହାଣ୍ଡି,୧୫/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସିଉନୀ ଗ୍ରାମ ଠାରେ ଜଂହି ଓଷା କମିଟି ଓ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ରେ ଶନିବାର ସନ୍ଧ୍ୟାରେ ଦୀପୋତ୍ସବ ୨୦୨୬ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡାନ୍ସ ଓ ‘ଘୁମୁରା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
ଦୀପୋତ୍ସବ ଉତ୍ସଵ କମିଟି ର ସଭାପତି ସୁମନ ପଣ୍ଡା ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଉତ୍ସଵ କୁ ଉଦଘାଟନ ସହ ଦୀପୋତ୍ସବ ଉତ୍ସଵ ଅନ୍ଧାର କୁ ଯେମିତି ଆଲୋକ ରେ ଭରିଦିଏ ସେମିତି ଆମ ପରମ୍ପରା।ଓ ସମ୍ପର୍କ କୁ ମଧ୍ୟ ନିବିଡ଼ତା କରିଥାଏ ବୋଳି କହିଥିଲେ।ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷା ବିଦ ଗିରିଶ ଚନ୍ଦ୍ର ସରାବୁ ସମ୍ମାନିତ ଅତିଥି ଭାବେ ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସ୍ଥାନୀୟ ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ,ସନାତନ ପଣ୍ଡା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ଏହି ଅବସରରେ ମା’ ଠାକୁରାଣୀ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେକର୍ଡ ଡ୍ୟାନ୍ସ ଓ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୭ଗୋଟି ଘୁମୁରା ଦଳ ଅଂଶଗ୍ରହଣ କରିଥିଲା।ପର୍ଲା ନୂଆପଡା ଘୁମୁରା ଦଳ ପ୍ରଥମ ସ୍ଥାନ, ଅନ୍ତର୍ଲା ଦଳ ଦ୍ଵିତୀୟ ସ୍ଥାନ ଓ ଲୁହାବାହାଲ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲା।ଘୁମୁରା ପ୍ରତିଯୋଗିତା ବିଚାରକ ଭାବେ ଈଶ୍ୱରୀ ପ୍ରସାଦ ଅଗସ୍ତି,ସଞ୍ଜୀବ ପଣ୍ଡା,ଅମିତ ପଣ୍ଡା,ପରମେଶ୍ବର ଧଙ୍ଗଡାମାଝୀ ରହିଥିଲେ।ସାଂସ୍କୃତିକ ମଞ୍ଚକୁ ସୁଧୀର ଧଙ୍ଗଡାମାଝୀ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଭାପତି ସୁମନ୍ତ କୁମାର ପଣ୍ଡା, ସୁଭାଷ ଚନ୍ଦ୍ର ବେହେରା,ମଣ୍ଟୁ ନାଏକ,ଆଶିଷ ପଣ୍ଡା,ମଣ୍ଟୁ ଧଙ୍ଗଡା ମାଝୀ,ନରେନ୍ଦ୍ର ଧଙ୍ଗଡାମାଝୀ ସମେତ ଜଂହି ଓଷା କମିଟିର ଯୁବତୀ ସମସ୍ତ କର୍ମକର୍ତ୍ତା ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ