Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱନାଥପୁର କୁଆଙ୍ଗବସାରେ ଶିଶୁ ମହୋତ୍ସବ

କଳାହାଣ୍ଡି,୧୪/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ କୁଆଙ୍ଗବସାସ୍ଥିତ ଶିଶୁ ଶିକ୍ଷା ଅଧିକାର କେନ୍ଦ୍ରରେ ଆଜି ମହାସମାରୋହରେ ଶିଶୁ୍ ମହୋତ୍ସବ ପାଳିତ ହୋଇଯାଇଛି। ଗ୍ରାମ ପୁନଃ ନିର୍ମାଣ ସଂସ୍ଥା ଆନୁକୂଲ୍ୟରେ ପାଳିତ ଏହି ମହୋତ୍ସବ ଜରିଆରେ ଗ୍ରାମାଞ୍ଚଳ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଓ ଅନ୍ତର୍ନିହିତ ଗୁଣର ବିକାଶ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରକାଶ ପାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ଦେବେନ୍ଦ୍ର ମଦନ ଗୋପାଳ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମେନେଜମେଣ୍ଟ ବିଶ୍ୱବିଦ୍ୟାଳୟର ଛାତ୍ର ସୋମ୍ୟେଶ ପାଢ଼ୀ ଓ ନୀଳାଦ୍ରି ଦେଓ ଯୋଗ ଦେଇଥିଲେ। ଗ୍ରାମ ପୁନଃ ନିର୍ମାଣ ସଂସ୍ଥା (ଭିଆରଓ, ଓଡ଼ିଶା )ର ନିର୍ଦ୍ଦେଶକ ଫାଦର ଜର୍ଜ ଆନ୍ଥନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ସଂସ୍ଥାର ଦକ୍ଷିଣ ଓଡ଼ିଶା ସଂଯୋଜିକା ତଥା କୁଆଙ୍ଗବସା ଶିଶୁ ଶିକ୍ଷା ଅଧିକାର କେନ୍ଦ୍ରର ମୁଖ୍ୟ ପରିଚାଳିକା ପାର୍ବତୀ ମହାରଣା ସ୍ୱାଗତ ଅଭିଭାଷଣ ଦେବା ସହିତ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର, ଏକକ ଅଭିନୟ, ଏକକ ଓ ଦଳଗତ ନୃତ୍ୟ ଭଳି ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେହିପରି କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିରେ ସଂସ୍ଥା ଦ୍ୱାରା ପରିଚାଳିତ ୯ ଗୋଟି ସାନ୍ଧ୍ୟକାଳୀନ ବିଦ୍ୟାଳୟର ୨୨୫ ଜଣ ଛାତ୍ରଛାତ୍ରୀ ସାମିଲ ହେବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ