Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରଡୋଳା ବନ୍ଦପାଲି ରାସ୍ତା କାମ ନିମ୍ନମାନର,ତଦନ୍ତ ଦାବି

ଚିପିଲିମା, ୧୧/୫ ଗ୍ରାମାଞ୍ଚଳର ବିକାଶ,ରାସ୍ତାଘାଟ ଉନ୍ନତି ନାଁରେ ପ୍ରତିବର୍ଷ କୋଟିକୋଟି ଅର୍ଥ ବ୍ୟୟ ଅଟକଳ ମଧ୍ୟରେ କାମସବୁ ହେଉଥିବାବେଳେ,ବିଭାଗିୟ ଅଧିକାରୀମାନଙ୍କ ଉଦାସୀନତା ଯୋଗୁଁ କାମସବୁ ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି।ସରକାର କା ମାଲ ଦରିଆ ମେ ଡାଲ ନିତିରେ କାମସବୁ ହେଉଥିବାବେଳେ,ଅଧିକାରୀ,ଯନ୍ତ୍ରୀ,ଠିକାଦାର ମାଲାମାଲ ହେଉଛନ୍ତି।ଏପରି ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ଧନକଉଡା ବ୍ଲକ ନବନିର୍ମିତ ଗୁପ୍ତଗଙ୍ଗା ପୋଲ ଠାରେ।କର୍ଡୋଲା ବନ୍ଦପାଲି ରାସ୍ତାରେ ପ୍ରାୟ ବର୍ଷେଭିତରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ମଧ୍ୟରେ ଏକ ପୋଲ ନିର୍ମାଣ ହୋଇଥିଲା।ହେଲେ ବିଭାଗିୟ ଅଧିକାରୀ,ଯନ୍ତ୍ରୀଙ୍କ ଉପଯୁକ୍ତ ତଦାରଖ ଅଭାବରୁ ପୋଲଟି ନିମ୍ନମାନର କାମ ହୋଇଥିବାବେଳେ,ପୋଳଟିର ପ୍ରାରମ୍ଭ ଅଂଶଟି ଦବିଯାଇ ଆଁ କଲାଣି।ବାକି ଉଭୟ ପାର୍ଶ୍ବରେ ହୋଇଥିବା ପିଚୁ ରାସ୍ତାର ଅବସ୍ଥା ନ କହିବା ଭଲ।ବିଭାଗିୟ ଅଧିକାରୀ,ଯନ୍ତ୍ରୀ ପ୍ରଚୁର ପିସି ନେଇ ଉପଯୁକ୍ତ ତଦାରଖ ନ କରିନଥିବାବେଳେ,ସଂଶ୍ଲିିଷ୍ଟ ଠିକାଦାର ମେରୀ ମର୍ଜିରେ କାମ କରିଥିବା ନେଇ ବୁଦ୍ଧିଯିବୀ ମହଲରେ ଚର୍ଚ୍ଚା ହେଉଛି।ଖାଲି ସେତିକି ନୁହେଁ ଏବେ ପୁଣି କର୍ଡୋଲା ବନ୍ଧପାଲି ରାସ୍ତା ବିନା ଡିମାର୍କେସନରେ କାମ ଚାଲିଥିବାବେଳେ ସେହି ପୋଲକାମ କରିଥିବା ଠିକାଦାରକୁ ରାସ୍ତାକାମ ଦିଆଯାଇଥିବା ନେଇ ଚର୍ଚ୍ଚା ଜୋରଧରିଛି।ଫଳରେ କାମ ଅତି ନିମ୍ନମାନର କାମ ଚାଳିଥିବା ନେଇ ସ୍ଥାନୀୟ ସରପଞ୍ଚ ତଥା ବୁଦ୍ଧିଯିବି ମହଲରେ ଅଭିଯୋଗ ହେଉଛି।କୋଟି କୋଟି ଟଙ୍କା ବ୍ୟୟଅଟକଳ ମଧ୍ୟରେ ଏହି ରାସ୍ତା ନିର୍ମାଣ ଚାଲିଥିବାବେଳେ,ଲୋକ ଦେଖାଣିଆ ଭାବରେ ରୋଲର,ଭାଇବ୍ରେଟର,ପାଣିଟେଙ୍କର ଆଦି ରଖାଯାଇଛି।ହେଲେ ସେସବୁ ବ୍ୟବହାରରେ ଆସୁନାହିଁ। ରାସ୍ତା ସଂପ୍ରସାରଣ ରେ ମୋରମ ବଦଳରେ ବାଲିଆ ମାଟି ଦିଆଯାଇଛି,ହେଲେ ପାଣି ଦିଆଯାଉନାହିଁ କି ରୋଲିଂ ମଧ୍ୟ ହେଉନାହିଁ।ବନ୍ଦପାଲି ପଟରୁ ପିଚୁ ପକାଯାଉଥିବାବେଳେ ପିଚୁ ଉଠିଯାଉଥିବା ଅଭିଯୋଗ ହେଉଛି।ସର୍ବୋପରି ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି l
ଏନେଇ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁଦତ୍ତ ବେହେରାଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବାରୁ ,ଠିକାଦାରଙ୍କ ମେରିମରଜିକୁ ବରଦାସ୍ତ କରାଯିବ ନାହିଁ ,ତାଗିଦ କରାଯାଇଛି l ଆଗକୁ କାମ ଭଲ ହେବ କହିଛନ୍ତି lତଥାପି ଏହାର ଏକ ଉଚ୍ଚ ସ୍ତରୀଯ଼ ତଦନ୍ତ ପାଇଁ ସଚେତନ ମହଲରେ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ