Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଧର୍ମଗଡ଼ ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ।

କଳାହାଣ୍ଡି,୨୨/୧୧
କଳାହାଣ୍ଡି ଜିଲ୍ଲା ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ରବିବାର ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ଆମପାଣି ଠାରେ ଜିଲ୍ଲା ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରମୁଖ ଦାବି ମଧ୍ୟରେ ରାଜ୍ୟ ସରକାରଙ୍କ ସଂକଳ୍ପ ପତ୍ର ୧୪୪୬୭ ଅନୁସାରେ ୨୫/୦୭/୨୦୧୬ ଠାରୁ ରାଜ୍ୟର ୨୧ ହଜାର ରୁ ଉର୍ଦ୍ଧ ଏକ୍ସ କେଡର ଶିକ୍ଷକ ମାନଙ୍କୁ ୦୧/୦୩/୨୦୧୭ ମସିହାରୁ ଲେଭେଲ ଭି (ଏ) ରେ ସାମିଲ କରାଯିବା, ୨୦୦୮ ମସିହାରୁ ଗଣ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଏକ୍ସ କେଡର ଶିକ୍ଷକ ଙ୍କୁ ୨୦୦୮ ମସିହାରୁ ନୋଶନାଲ ଭାବେ ଗଣ ଶିକ୍ଷକ ସମୟରୁ ଚାକିରୀ ରେ ଗଣନା କରାଯିବା ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ର ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା, ସାଧାରଣ ସମ୍ପାଦକ କୈଳାସ ବିଶି ଜିଲ୍ଲା ସଙ୍ଘ ସହ କୋକସରା ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକ, ଜୁନାଗଡ଼ ବ୍ଲକ ସଭାପତି କୈଳାସ ବିଶି, ଜୟପାଟଣା ବ୍ଲକ ସଭାପତି ଅନିଲ କୁମାର ପଟ୍ଟନାୟକ,କଳମପୁର ବ୍ଲକ ସଭାପତି ରୋହିତ ହଂସ, ବ୍ଲକ ମିଡିଆ ସଂଯୋଜକ ଈଶ୍ୱରୀ ପ୍ରସାଦ ଅଗସ୍ତି, ସନାତନ ପଣ୍ଡା, ତୁଳସିରାମ ପଟେଲ, କ୍ଷୀରସିନ୍ଧୁ ଦାସ, ସତ୍ୟନାରାୟଣ ଗୋପାଳ, ତ୍ରିନାଥ ବାଗ, ଶରତ ଚନ୍ଦ୍ର ଭଇସାଲ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ