ଜବାହର ଉଚ୍ଚ ବିଦ୍ୟାଳୟ ରେ ଏନସିସି ନାଭଲ ବାର୍ଷିକ ଉତ୍ସବ ଅନୁଷ୍ଠିତ।
କଳାହାଣ୍ଡି୨୨/୧୧
କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ଏନ ସିସି ନାଭଲ ୟୁନିଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନସିସି ନାଭଲ ଏଏନଓ ଅମିତ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଦୀପ ଙ୍କ ଅଧ୍ୟକ୍ଷତାରେ ଏନସିସି ନାଭଲ କ୍ରୀଡା ପତାକା ଉତ୍ତୋଳନ କରା ଯାଇଥିଲା। ଉଦଘାଟନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ର ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଭାଷ ବାଗ,ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମାଝୀ ଉପସ୍ଥିତ ଥିଲେ। ଅପରାହ୍ନ ରେ ଉଦଯାପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି,ମୁଖ୍ୟ ବକ୍ତା ଭାବେ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିଦ ଅଶୋକ କୁମାର ଦାସ, ପ୍ରଧାନ ଶିକ୍ଷକ ବୁଢ଼ାରଜା ହାଇସ୍କୁଲ ହେମନ୍ତ କୁମାର ମାଝୀ ଯୋଗଦେଇ ଥିଲେ। ଏହି ଅବସରରେ ଏନସିସି ଛାତ୍ରଛାତ୍ରୀ ମାନେ ବିଭିନ୍ନ କଲା କୌଶଳ ପ୍ରଦର୍ଶିତ କରିଥିଲେ।ପରେ ଦେଶାତ୍ମବୋଧକ ଗୀତ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏନସିସି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା ରେ ଜବାହାର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ସହଯୋଗ କରିଥିଲେ।

