ବୀରସିଂହପୁର୍ ଗ୍ରାମର ନିଖୋଜ ଯୁବକ ତିନିଦିନ ପରେ ଗ୍ରାମ୍ୟ ଜଙ୍ଗଲ ରୁ ଉଦ୍ଧାର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତର ବୀରସିହପୁର (ବିଷ୍ଣୁପୁର) ଗ୍ରାମ୍ୟ ଜଙ୍ଗଲରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ବୀରସିହପୁର ଗ୍ରାମର ଚମରୁ ପଧାନଙ୍କ ପୁଅ ଚନ୍ଦନ ପଧାନ (୧୮) ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, କିଛି ବ୍ୟକ୍ତି ଜଙ୍ଗଲ ମଧ୍ୟ କୁ ଯାଉଥିବା ସମୟରେ ଏକ ମୃତ ଦେହ ପଡ଼ିଥିବା ର ଦେଖିବାକୁ ପାଇଥିଲେ l ଏନେଇ ଖବର ପ୍ରଚାର ହେବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ଚନ୍ଦନଙ୍କର ବୋଲି ଚିହ୍ନଟ କରିଥିଲେ । ଚନ୍ଦନ କିଛି ଦିନ ହେବ ନିଖୋଜ ଥିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ । ଗତ ୨୧ ତାରିଖରୁ ସେ ନିଖୋଜ ଥିବା ନେଇ ତାଙ୍କ ବାପା ଚମରୁ ପଧାନଙ୍କ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଆଧାର ରେ ବିଳମ୍ବ ରେ ବୀରମହାରାଜପୁର ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଥିଲା। କୁଆଡେ ନିଖୋଜ ଅଭିଯୋଗ ସମୟରେ ସମ୍ପୃକ୍ତ ପୁଲିସ ଅଧିକାରୀ ନିଖୋଜ ମାମଲା କୁ ଗୁରୁତ୍ୱ ସହ ନ ନେଇ ଏହା କିଛି ପ୍ରେମ ଜନିତ ଝିଅ ନେଇ ଫେରାର ଥିବ, ଅପେକ୍ଷା କର ଫେରି ଆସିବ ବୋଲି କହିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ l ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୀରମହାରାଜପୁର ପଠେଇ ଥିଲେ । ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ୱଷ୍ଟ ହୋଇ ନ ଥିଲେ ମଧ୍ୟ ନା ନା କଥା ଆଲୋଚନା ହେଉଛି । ପୋଲିସ କୁ ଉକ୍ତ ସ୍ଥାନରୁ ଏକ କୀଟନାଶକ ବୋତଲ ଏବଂ ମୃତକ ଚପଲ ମିଳିଥିବା ବେଳେ ଗାଁ ରାସ୍ତା ରୁ ଜଙ୍ଗଳ ମଧ୍ୟକୁ ପ୍ରାୟ 1-2 କିମି ଜଙ୍ଗଳ ଭିତରେ ଶଵ ପଡ଼ିଥିବା ବେଳେ ଏହା ପ୍ରେମ ଜନିତ ବୋଲି ଆଲୋଚନା ହେବା ସହ କୁଆଡେ ତ୍ରିକୋଣିଆ ପ୍ରେମ ବୋଲି ଚର୍ଚ୍ଚା ହେଉଛି l ପୁଲିସ ର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ଘଟଣା ସ୍ୱଷ୍ଟ ହେବ ବୋଲି ଆଲୋଚନା ହେଉଛି ।

