Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି: ଆର ଉଦୟଗିରି ବ୍ଲକ କୁଶୁପଲ୍କୀ ଛକ ଠାରେ ମୋଟର ସାଇକେଲ ଟ୍ରଲର ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଜଣେ ଗୁରୁତର ଆହତ।

ଗଜପତି: ଆର ଉଦୟଗିରି ବ୍ଲକ କୁଶୁପଲ୍କୀ ଛକ ଠାରେ ମୋଟର ସାଇକେଲ ଟ୍ରଲର ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଜଣେ ଗୁରୁତର ଆହତ।
ପାରଳାଖେମୁଣ୍ଡି:୨୫/୧୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ ଥାନା ଜିରାଙ୍ଗ ରୁ ମୋହନା ବ୍ଲକର ଜିରାଙ୍ଗ ବୌଦ୍ଧ ମନ୍ଦିରକୁ ଦୁଇଟି ବାଇକ ରେ ପାଞ୍ଚ ଜଣ ସାଙ୍ଗ ବୁଲିବାକୁ ଆସିଥିଲେ l ବୁଲା ବୁଲି ସାରି ନିଜ ଗାଁ ଜିରାଙ୍ଗ ଅଭିମୁଖେ ଫେରୁଥିବା ବେଳେ ଆର.ଉଦୟଗିରି ଥାନା କୁଶୁପଲ୍ଲୀ ଛକ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର କୁ ସାମ୍ନା ପଟୁ ଧକ୍କା ହୋଇଥିଲା । ଫଳରେ ମୋଟର ସାଇକେଲ ରୁ ଛିଟିକି ହୋଇ ପଡି ଯାଇଥିଲେ ଘଟଣା ସ୍ଥଳରେ ଜଣକ ର ମୃତ୍ୟୁ ହୋଇଯାଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଟି ଏତେ ଜୋର୍ ରେ ହୋଇଥିଲା ଯେ ବାଇକ୍ ଟି ସମ୍ପୂର୍ଣ ଚୁର ମାର ହୋଇଯାଇଛି । ମୃତ ଯୁବକ ଜଣକ ହେଲେ ରାୟଗଡ ଥାନା ଜିରାଙ୍ଗ ରଥ ଦାଣ୍ଡ ସାହିର ଶଙ୍କର ଗୁରୁ ଓରଫ ରାଜେଶ ଗୁରୁ । ଆହାତ ଯୁବକ ଜଣକ ହେଲେ ସେହି ଗ୍ରାମର ମହେଶ୍ୱର ବେହେରା । ଉଭୟ ଙ୍କୁ ସାଙ୍ଗରେ ଆସିଥିବା ସାଙ୍ଗ ମାନେ ବାଇକ୍ ଯୋଗେ ଚନ୍ଦ୍ରଗିରି ମେଡିକାଲ୍ କୁ ନେଇ ଆସିଥିଲେ । ସେଠାରେ ତାଙ୍କୁ ଡାକ୍ତର ଅଜିତ୍ କୁମାର ସାହୁ ମୃତ ଘୋଷଣା କଲେ । ଘଟଣା ସ୍ଥଳରେ ଆର ଉଦୟଗିରି ଥାନା ପୋଲିସ ପହଞ୍ଚି ଉଭୟ ଗାଡ଼ି କୁ ଜବତ କରି ତଦନ୍ତ ଚଳାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories