ବହୁଚର୍ଚ୍ଚିତଏ ସି ଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କନିଲମ୍ବନ କଲେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ
ପାରଳାଖେମୁଣ୍ଡି:୨୪/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ବହୁଚର୍ଚ୍ଚିତ ଏ ସି ଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କୁ ସରକାରୀ ଚାକିରିରୁ ନିଲମ୍ବନ କରାଯାଇଛି। ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ପାରଳାଖେମୁଣ୍ଡି ଥାନା ଆଇ ଆଇ ସି ଏବଂ ଏସ ଡି ଯେ ଏମ୍ କୋର୍ଟଙ୍କ ପକ୍ଷରୁ ଆସିଥିବା ଚିଠି ଆଧାରରେ ଏହି ପଦକ୍ଷେପ ନିଆଯାଇଛି।ସୂଚନା ଅନୁଯାୟୀ, ବିଦ୍ୟାଭାରତୀ ପଣ୍ଡା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ର ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ ଲାଇଭଷ୍ଟକ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ତେବେ ଏ ସି ଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାଁ ଆସିବା ପରେ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସୁଚନା ଯୋଗ୍ୟ ଏହିକି ଯେ , ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଏ ସି ଏଫ୍ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୩ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ଘଟଣା ପରେ ସୌମ୍ୟ ରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା, ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପରେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତରେ ଅଭିଯୁକ୍ତମାନଙ୍କୁ କ୍ଲିନ୍ଚିଟ୍ ମିଳିଥିଲେ ମଧ୍ୟ ମୃତକଙ୍କ ପରିବାର ପକ୍ଷରୁ ଦାଖଲ ପ୍ରତିବାଦ ପିଟିସନ୍ ଓ ଅତିରିକ୍ତ ତଥ୍ୟ ଆଧାରରେ ୨୦୨୩ ଏପ୍ରିଲ୍ରେଏସ ଡି ଜେ ଏମ୍ କୋର୍ଟ ମାମଲାକୁ ଗ୍ରହଣ କରିଥିଲେ।ନଭେମ୍ବର ୨ ତାରିଖରେ ସେ ପାରଳାଖେମୁଣ୍ଡି ଏସଡ଼ିଯେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କ ନିୟମିତ ଜାମିନ ଆବେଦନ ମଧ୍ୟ ନଭେମ୍ବର ୧୮ ତାରିଖରେ ଖାରଜ ହୋଇଥିଲା। ଫଳରେ ସେ ଏବେ ଜେଲରେ ଅଛନ୍ତି।ପଣ୍ଡାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କୁ ସରକାରୀ ଚାକିରିରୁ ନିଲମ୍ବନ କରାଯାଇଛି। ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ପାରଳାଖେମୁଣ୍ଡି ଥାନା ଆଇ ଆଇ ସି ଏବଂ ଏସ ଡି ଯେ ଏମ୍ କୋର୍ଟଙ୍କ ପକ୍ଷରୁ ଆସିଥିବା ଚିଠି ଆଧାରରେ ଏହି ପଦକ୍ଷେପ ନିଆଯାଇଛି।ସୂଚନା ଅନୁଯାୟୀ, ବିଦ୍ୟାଭାରତୀ ପଣ୍ଡା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ର ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ ଲାଇଭଷ୍ଟକ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ତେବେ ଏ ସି ଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାଁ ଆସିବା ପରେ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସୁଚନା ଯୋଗ୍ୟ ଏହିକି ଯେ , ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଏ ସି ଏଫ୍ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୩ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ଘଟଣା ପରେ ସୌମ୍ୟ ରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା, ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପରେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତରେ ଅଭିଯୁକ୍ତମାନଙ୍କୁ କ୍ଲିନ୍ଚିଟ୍ ମିଳିଥିଲେ ମଧ୍ୟ ମୃତକଙ୍କ ପରିବାର ପକ୍ଷରୁ ଦାଖଲ ପ୍ରତିବାଦ ପିଟିସନ୍ ଓ ଅତିରିକ୍ତ ତଥ୍ୟ ଆଧାରରେ ୨୦୨୩ ଏପ୍ରିଲ୍ରେଏସ ଡି ଜେ ଏମ୍ କୋର୍ଟ ମାମଲାକୁ ଗ୍ରହଣ କରିଥିଲେ।ନଭେମ୍ବର ୨ ତାରିଖରେ ସେ ପାରଳାଖେମୁଣ୍ଡି ଏସଡ଼ିଯେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କ ନିୟମିତ ଜାମିନ ଆବେଦନ ମଧ୍ୟ ନଭେମ୍ବର ୧୮ ତାରିଖରେ ଖାରଜ ହୋଇଥିଲା। ଫଳରେ ସେ ଏବେ ଜେଲରେ ଅଛନ୍ତି।

