Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଜୁନ ୨୦ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏବେଠୁ ପୁରୀକୁ ଲାଗିଲାଣି ଭକ୍ତଙ୍କ ଭିଡ। ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ।  ସାକାଳ ସାଢେ ଦଶଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି। ଏଥିରେ ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ୨ଟି ପର୍ଯ୍ୟାୟରେ ହେବ ବୈଠକ। ଏଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ଭିଡିଓ ଫୁଟେଜ ଅନୁଧ୍ୟାନ କରାଯିବ। ଏହାସହ ଏଥିରେ ଥିବା ତ୍ରୁଟି ସଂଶୋଧନ ପାଇଁ ସମୀକ୍ଷା କରାଯିବ ଏବଂ ଆଗାମୀ ରଥଯାତ୍ରାରେ ଏହି ତୃଟିକୁ ନଦୋହରାଇବା ପାଇଁ ଆଲୋଚନା ହେବ।

ଏଥିସହିତ ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ବର୍ଷର ରଥଯାତ୍ରା ନେଇ ପ୍ରସ୍ତୁତି ନେଇ ଆଲୋଚନା କରାଯିବ। ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଏସ୍‌ପି ଡ.କନୱର ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ