Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟାନ୍‌ ହେଲା ୧୫୦ ରୁ ଅଧିକ ୱେବସାଇଟ୍ ଓ ୟୁଟ୍ୟୁବ୍ ଚ୍ୟାନେଲ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (I&B) ଦ୍ୱାରା ୧୫୦ରୁ ଅଧିକ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ଆଧାରିତ ନ୍ୟୁଜ୍ ଚ୍ୟାନେଲଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଗତ ୨ ବର୍ଷ ମଧ୍ୟରେ ୧୫୦ରୁ ଅଧିକ ୱେବସାଇଟ୍ ଓ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ଏହି ସାଇଟ୍ ଏବଂ ଚ୍ୟାନେଲଗୁଡ଼ିକ ଭାରତ ବିରୁଦ୍ଧରେ ବିଷୟବସ୍ତୁ ସୃଷ୍ଟି ଏବଂ ପୋଷ୍ଟ କରିବା ପାଇଁ ବ୍ୟବହୃତ ହୋଇଥିଲା। ୱେବସାଇଟ୍ ଏବଂ ଚ୍ୟାନେଲଗୁଡିକ ଆଇଟି ସେକ୍ସନ୍ ଆକ୍ଟ 69A କୁ ଉଲ୍ଲଂଘନ କରିଥିବାରୁ ଏଗୁଡିକୁ ବ୍ୟାନ୍‌ କରାଯାଇଛି।

ଭାରତ ବିରୁଦ୍ଧରେ ବିଷୟବସ୍ତୁ ପ୍ରସ୍ତୁତ କରିବା ପାଇଁ ୧୫୦ ରୁ ଅଧିକ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ୍ କୁ ନିଷିଦ୍ଧ କରାଯାଇଛି। ଅବରୋଧ ହୋଇଥିବା ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲଗୁଡିକରେ ୧୨,୧୨୩,୫୦୦ ରୁ ଅଧିକ ସବ୍‌ସ୍କ୍ରାଇବର୍ସ ଏବଂ ମୋଟ ୧,୩୨୦,୪୨୬,୯୬୪ ରୁ ଅଧିକ ଭ୍ୟୁ ରହିଥିଲା । 

ନିଷିଦ୍ଧ ଚ୍ୟାନେଲ ତାଲିକାରେ ନ୍ୟୁଜ୍ ୱିଥ୍‌ ଫ୍ୟାକ୍ଟସ୍, ଇନଫର୍ମେସନ୍ ହବ୍, ଫ୍ଲାସ୍ ନାଓ, ମେରା ପାକିସ୍ଥାନ ଏବଂ ହକିକତ୍ କି ଦୁନିୟା ଏବଂ ଅପନି ଦୁନିୟା ଟିଭି ଅନ୍ତର୍ଭୁକ୍ତ। ଫେବୃଆରୀ ୨୫, ୨୦୨୧ ରେ କରାଯାଇଥିବା ନୂତନ ଆଇଟି ନିୟମ ଅନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମିଥ୍ୟା ସୂଚନା ବିସ୍ତାର କରିବା ଏବଂ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ପାଇଁ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ପ୍ଲାଟଫର୍ମରୁ ଅବରୋଧ କରିବାକୁ ନିର୍ଦ୍ଦେଶ ଜାରି କରିଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଜୁଲାଇ ୨୦୨୨ ରେ, ୭୮ ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ୍ ଏବଂ ୫୬୦ ୟୁଟ୍ୟୁବ୍ ଲିଙ୍କ୍ ବ୍ୟାନ୍‌ କରାଯାଇଥିଲା। ଏହାସହ ସୋସିଆଲ ମିଡିଆ ଆକାଉଣ୍ଟରେ ଷଡଯନ୍ତ୍ର କରିବାକୁ ତଥା ଲୋକଙ୍କୁ ବିଭ୍ରାନ୍ତ କରି ମିଥ୍ୟା ଗୁଜବ ପ୍ରଚାର କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଖବର ଅନୁଯାୟୀ, ଜାନୁୟାରୀ ୨୦୨୨ ରେ, କେନ୍ଦ୍ର ସରକାର ପାକିସ୍ତାନ ଭିତ୍ତିକ ୩୫ ଟି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଦୁଇଟି ୱେବସାଇଟ୍ ନିଷିଦ୍ଧ କରିଥିଲେ। ​​କାରଣ ଏହି ଚ୍ୟାନେଲଗୁଡିକ ଡିଜିଟାଲ୍ ମିଡିଆରେ ଗୋଷ୍ଠୀ ଗଠନ କରି ଭାରତ ବିରୁଦ୍ଧରେ ମିଥ୍ୟା ଖବର ପ୍ରଚାର କରୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ