ବର କନ୍ୟା ଙ୍କୁ ନେଇ ଫେରୁଥିବା ବାହାଘର ଗାଡି ଦୁର୍ଘଟଣା ଗ୍ରସ୍ତ , ବରକନ୍ୟା ଗୁରୁତର


ସୁବର୍ଣ୍ଣପୁର: ସ‌ୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପର କୃଷି ବିଜ୍ଞାନକେନ୍ଦ୍ର ଠାରେ ଦୁର୍ଘଟଣା ଗ୍ରସ୍ତ ା ବରକନ୍ୟା ଙ୍କୁ ନେଇ ଫେରୁ ଥିବା ଗାଡ଼ି । ବର ,କନ୍ୟା ପଣ୍ଡିତ, ବରର ପିଉସି ଓ ଡ୍ରାଇଭର ଗୁରୁତର ।ସମ୍ବଲପୁର ସହର ଚନ୍ଦନ ନଗରରୁ ବଲାଙ୍ଗିର ଜିଲ୍ଲାର ମାକ୍‌ରୀ ଗାଁରେ ବାହାଘର ଥିଲା ା ବାହାଘର ସାରି ବରକନ୍ୟା ଏକ କାରରେ ସମ୍ବଲପୁର ସହର ଚନ୍ଦନ ନଗକୁ ଫେରୁଥିବା ବେଳେ ସୋନପୁର ୫୭ନମ୍ବର ଜାତୀୟ ରାଜପଥ କୃଷି ବିଜ୍ଞାନକେନ୍ଦ୍ରଠାରେ ବରକନ୍ୟାକୁ ନେଇ ଫେରୁଥିବା କାରଟି ଭାରସାମ୍ୟ ହରାଇ ଏକ ଗଛକୁ ପିଟିଦେଇଥିଲା ା ଫଳରେ ବରକନ୍ୟା ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବର ସନୁ ପ୍ରଧାନ ଓ କନ୍ୟା ଅନୀତା ପ୍ରଧାନ ବୋଲି ଜଣାପଡିଛି ।ସେହି ଗାଡ଼ିରେ ଥିବା ଆଉ ଚାରି ଜଣ ଆହତ ଙ୍କୁ ସୋନପୁର ଚିକିତ୍ସାଲୟ ରେ ଭର୍ତିକରାଯାଇ ଚିକିତ୍ସା ଚାଲିଛି । ଘଟଣା ସ୍ଥଳକୁ ସୋନପୁର ପୋଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଜାରୀ ରଖିଛି ।ଦୃତ ଗତିର ଗାଡି ଚାଲିଥିବାରୁ ଦୁର୍ଘଟଣା ହୋଇଛି ବୋଲି ଗୁରୁତର ପଣ୍ଡିତ କହିଛନ୍ତି ।