Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୫ ଯାଏ ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ

ଇମ୍ଫାଲ: ମଣିପୁର ସରକାର ରାଜ୍ୟରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ଅବଧିକୁ ବୃଦ୍ଧି କରିଛନ୍ତି। ଏହି ଅବଧିକୁ ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର। ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ବ୍ରଡବ୍ୟାଣ୍ଡ ସମେତ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିବା ନିଷ୍ପତ୍ତି ଜୁନ୍ ୧୫ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଲାଗୁ ହେବ। ରାଜ୍ୟରେ ଜାତିଗତ ହିଂସା ପରେ ମେ ୩ ରେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଥିଲା।

ଇଣ୍ଟରନେଟ୍ ସେବା ଉପରେ ନିଷେଧାଦେଶକୁ ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ‘କିଛି ଅସାମାଜିକ ତତ୍ତ୍ୱ ସୋସିଆଲ ମିଡିଆରେ ଘୃଣ୍ୟ ମନ୍ତବ୍ୟ ଓ ଭିଡିଓ ସେୟାର କରିବାକୁ ପ୍ରୟାସ କରାଯାଉଥିଲା। ଏହାକୁ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନା ଥାଉକି ମେ ମାସରୁ ରାଜ୍ୟରେ ଜାତିଗତ ମତଭେଦକୁ ନେଇ ପ୍ରବଳ ହିଂସା ଆରମ୍ଭ ହେବାରେ ଲାଗିଛି। ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ